ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୬୬ ଜଣ କୋରୋନା ଆକ୍ରାନ୍ତ

Published: Oct 3, 2020, 7:53 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୪୦୬୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୪୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୨୧ ଜଣ, ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡାରୁ ୧୫୨, ବରଗଡରୁ ୧୪୧, ନବରଙ୍ଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ବରରୁ୧୧୯, ମୟୂରଭଞ୍ଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡାରୁ ୧୦୬, ପୁରୀରୁ ୧୦୫, ଝାରସୁଗୁଡାରୁ ୯୧, ବଲାଙ୍ଗିରିରୁ ୮୧, କେନ୍ଦୁଝରରୁ ୬୫, ମାଲକାନଗିରିରୁ ୬୫, ରାୟଗଡାରୁ ୬୧, ସୋନପୁରରୁ ୬୧, ଗଞ୍ଜାମରୁ ୬୦, କଳାହାଣ୍ଡିରୁ ୬୦, କୋରାପୁଟରୁ ୬୦, ବୌଦ୍ଧରୁ ୫୯, ଢେଙ୍କାନାଳରୁ ୫୭, ନୟାଗଡରୁ ୪୧, ଦେବଗଡରୁ ୧୪, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭ ଥିବା ବେଳେ ୧ ଲକ୍ଷ ୯୮ ହଜାର ୧୯୪ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି। ସେହିପରି ୩୦ ହଜାର ୨୪୮ ଜଣ ଚିକିତ୍ସିତ ହେଉଥିବା ବେଳେ ୮୯୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts