ରାଜ୍ୟରେ ଆଜି ୨ ହଜାର ୯୯୫ କରୋନା ଆକ୍ରାନ୍ତ ଚିହ୍ନଟ

Published: Oct 7, 2020, 11:50 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୯୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୭ ଜଣ ଚିହ୍ନଟ ହୋଇଥିବାବେଳେ ୧୨୫୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୦ ହଜାର ୨୧୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୭୭୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୯୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୯୯୫ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୪୨, ବାଲେଶ୍ବରରୁ ୧୨୧, ବରଗଡରୁ ୯୩, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୪, ବୌଦ୍ଧରୁ ୩୧, କଟକରୁ ୧୬୬, ଦେବଗଡରୁ ୨୦, ଢେଙ୍କାନାଳରୁ ୬୮, ଗଜପତିରୁ ୭, ଗଞ୍ଜାମରୁ ୪୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୯୦, ଝାରସୁଗୁଡାରୁ ୬୪, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୩, କେନ୍ଦ୍ରାପଡାରୁ ୧୩୫, କେଉଁଝରରୁ ୬୧, କୋରାପୁଟରୁ ୪୩, ମାଲକାନଗିରିରୁ ୮୨, ମୟୂରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୭, ନୟାଗଡରୁ ୪୪, ନୂଆପଡାରୁ ୭୪, ପୁରୀରୁ ୧୪୫, ରାୟଗଡାରୁ ୧୭, ସମ୍ବଲପୁରରୁ ୧୩୮, ସୋନପୁରରୁ ୮୭, ସୁନ୍ଦରଗଡରୁ ୧୦୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୦୨ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Related posts