ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Published: Oct 7, 2020, 12:14 pm IST

ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ଜଣେ, ଦେବଗଡରୁ ଜଣେ, ଯାଜପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ହୋଇଛି।

ବାଲେଶ୍ବରର ୪ ମୃତକଙ୍କ ବୟସ ଯଥାକ୍ରମେ ୭୨, ୬୬, ୭୦ ବର୍ଷୀୟ ପୁରୁଷ ଓ ଜଣେ ୯୪ ବର୍ଷୀୟ ମହିଳା। ସେହିପରି ବୌଦ୍ଧରୁ ଜଣେ ୬୦ ବର୍ଷୀୟ ପୁରୁଷ, ଦେବଗଡରୁ ଜଣେ ୭୦ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, କନ୍ଧମାଳରୁ ଜଣେ ୭୨ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୬୨ ବର୍ଷୀୟ ପୁରୁଷ, କୋରାପୁଟରୁ ଜଣେ ୬୯ ବର୍ଷୀୟ ମହିଳା, ମୟୂରଭଞ୍ଜରୁ ଜଣେ ୫୫ ବର୍ଷୀୟ ପୁରୁଷ, ନୟାଗଡରୁ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୭୫ ବର୍ଷୀୟ ପୁରୁଷ ଓ ଆଉ ଜଣେ ୭୨ ବର୍ଷୀୟ ପୁରୁଷ, ପୁରୀରୁ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୫ ବର୍ଷୀୟ ପୁରୁଷ ଓ ଆଉ ଜଣେ ୮୨ ବର୍ଷୀୟ ମହିଳା, ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ପୁରୁଷ, ସୁନ୍ଦରଗଡ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୪୫ ବର୍ଷୀୟ ମହିଳାଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Related posts