ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

Published: Oct 13, 2020, 9:51 am IST

ଭୁବନେଶ୍ବର : ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ଅତିକ୍ରମ କରିଛି। ବଙ୍ଗୋପସାଗରରେ ଥିବା କେନ୍ଦ୍ରୀୟ ଅବପାତ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଛି । ଆଜି ସକାଳ 6ଟା 30ରୁ 7ଟା 30 ମଧ୍ୟରେସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ।ସେଠାରେ ପବନର ବେଗ ଘଣ୍ଟା ପ୍ରତି 55ରୁ 65କିଲୋମିଟର ରହିଥିବା ଜଣାଯାଇଛି। ସେହିପରି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର 5ଟି ଜିଲ୍ଲାର ପ୍ରବଳ ବର୍ଷା ହେବ । ନବରଙ୍ଗପୁର, ଗଜପତି, ରାୟଗଡା, କୋରାପୁଟ ଓ ଗଞ୍ଜାମରେ ବର୍ଷା ହେବ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ଦ୍ବିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ ବୋଲି ସୂଚନା ଦେଇଛନ୍ତି ।

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ 500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ଜଣାଯାଇଛି । ଏଣେ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।

Related posts