ହାତୀ ପିଠିରୁ ଖସିପଡିଲେ ବାବା ରାମଦେବ, କେମିତି ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published: Oct 13, 2020, 8:03 pm IST

ମଥୁରା, ଯୋଗଗୁରୁ ବାବା ରାମଦେବ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସେ ହାତୀ ପିଠିରୁ ହଠାତ ତଳକୁ ଖସି ପଡିଥିଲେ। ତେବେ ଦୈବାତ ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏହି ଘଟଣାଟି ଉତ୍ତରପ୍ରଦେଶର ମଥୁରା ନିକଟରେ ଥିବା ମହାବାନ ରାମନାରେତି ଆଶ୍ରମରେ ଘଟିଛି ।

ଘଟଣାରୁ ଜଣାପଡିଛି ଯେ, ବାବା ରାମଦେବ ଆଶ୍ରମ ପରିସରରେ ଏକ ହାତୀ ପିଠିରେ ବସି ଯୋଗ କରୁଥିଲେ। ହାତୀଟି ଚାଲୁଥିବା ସମୟରେ ସେ ଏହି ଯୋଗ ଅଭ୍ୟାସ କରୁଥିଲେ। ତେବେ ହାତୀର ଚଳପ୍ରଚଳ ସହ ତାଙ୍କର ଯୋଗ ଅଭ୍ୟାସ ଭାରସାମ୍ୟ ରହିଲା ନାହିଁ। ଫଳରେ ସେ ହଠାତ ହାତୀ ପିଠିରୁ ତଳକୁ ଖସିପଡିଲେ। ତେବେ ହାତୀଟି କୌଣସି ପ୍ରତିକ୍ରିୟା ନ କରିବାକୁ ରାମଦେବ ଅଳ୍ପକେ ରକ୍ଷା ପାଇଗଲେ। ତଳେ ପଡିବା ପରେ ରାମଦେବ ହସିହସି ଉପରକୁ ଉଠିଥିଲେ।

Related posts