Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ବ୍ଲକର ବିରିତୋଳ, ସଂଅରା, ଜଗନ୍ନାଥପୁର ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ
ଆଜିର ଖବର

ତିର୍ତ୍ତୋଲ ବ୍ଲକର ବିରିତୋଳ, ସଂଅରା, ଜଗନ୍ନାଥପୁର ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

October 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ ପଞ୍ଚାୟତ ସ୍ତରରେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଗୋଟିଏ ଦିନରେ ତିର୍ତୋଲ ବ୍ଲକ ୩ନଂ ଜୋନର ବିରିତୋଳ ଓ ସଂଅରା ପଞ୍ଚାୟତ ସମେତ ଜଗନ୍ନାଥପୁର ପଞ୍ଚାୟତରେ ବୁଧବାର ଦିନ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିରିତୋଳ ପଞ୍ଚାୟତର ସଲମପୁର ଗ୍ରାମରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ତିର୍ତ୍ତୋଲ ବ୍ଲକ୍ ବିଜେଡିର ପୂର୍ବତନ ବ୍ଲକ ସଭାପତି ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାଲିକୁଦାର ପୁର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଯୋଗଦେଇ ନିର୍ବାଚନରେ ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ସର୍ବାଧିକ ଭୋଟରେ ଜିତାଇବା ପାଇଁ ଆହ୍ବାନ ଦେବାସହିତ ୱାର୍ଡ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଥିଲେ।ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଉକ୍ତ ବୈଠକରେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ଥିଲେ।ଏଥିସହିତ କଂଗ୍ରେସ ଦଳ ଛାଡି କିଛିଦିନ ତଳେ ବିଜେଡିରେ ଯୋଗଦେଇଥିବା ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ଉକ୍ତ ସଭାରେ ସ୍ୱାଗତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସଭାପତି ଅଶୋକ ଦାସ,କ୍ଷୀରୋଦ ବାରିକ, ସୁନାକର ପରିଡା, ଅକ୍ଷୟ ମହାନ୍ତି , ତଉରୁ ଅଲ୍ଲୀ, ରିଆଦ ଅଲ୍ଲୀ, ଚନ୍ଦ୍ରମଣି ପରିଡାଙ୍କ ସମେତ ବହୁ ବିଜେଡି କର୍ମୀ ଏହି ବୈଠକରେ ଯୋଗଦେଇଥିଲେ।

ସେହିପରି ସଂଅରା ପଞ୍ଚାୟତର ଅଇନିପୁର ଗ୍ରାମରେ ପୂର୍ବତନ ସମିତି ସଭ୍ୟ ଦିଲ୍ଲିପ ମହାନ୍ତିଙ୍କ ନେତୃତ୍ବରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଦିପକ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବାଲିକୁଦାର ପୂର୍ବତନ ବିଧାୟକ ଜ୍ୟୋତିଶ ଦାସ ଯୋଗଦେଇଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ପୂର୍ବତନ ବ୍ଳକ ସଭାପତି ଅଶ୍ୱିନୀ ଦାସ, ଗଙ୍ଗାଧର ବିଶ୍ୱାଳ, ଶରତ ବଲ୍ଲଭ ଦାସ, ଦୀପକ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଦେଶ୍ୱର ପାଣି,ରାକେଶ ମଲିକ, ପ୍ରଶାନ୍ତ ସାହୁ, ସୁବୋଧ ମଲ୍ଲିକ, ପ୍ରଦିପ ଦାସ,ଧୃବ ମଲ୍ଲିକ, ମନୋଜ ମଲ୍ଲିକଙ୍କ ସମେତ ଅନେକ ଲୋକ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ।

ସେହିପରି ଜଗନ୍ନାଥପୁର ପଞ୍ଚାୟତରେ ମଧ୍ୟ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସରପଞ୍ଚଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ‘ମୋ ପରିବାର’ ସଦସ୍ୟ ପ୍ରକାଶ ତ୍ରିପାଠୀ, ଦିଲ୍ଲୀପ ପଣ୍ଡା, କଟରା ପର୍ଯ୍ୟବେକ୍ଷକ ଯୁଗଳ କିଶୋର ନାୟକଙ୍କ ସମେତ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ନାରୀନେତ୍ରୀ ସବିତା ମହାପାତ୍ର, ଜଗନ୍ନାଥପୁର ବିଜେଡି ସଭାପତି ବିକ୍ରମ ମହାନ୍ତି, ଯୁବନେତା ରଶ୍ମି ରଞ୍ଜନ ଚୌଧୁରୀ ଓ ନାରୀନେତ୍ରୀ ସନ୍ଧ୍ୟାରାଣୀ ମହାପାତ୍ରଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ନାନ୍ଦେଡ଼ର ଗୁରୁଦ୍ୱାରା ମାତା ସାହିବ କୌରରେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ

August 13, 2026

ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଟିଏମସି ବିଧାୟକ ଗିରଫ

August 13, 2026

ରକେଟ ଭଳି ଚଢିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 13, 2026

ବିଜେପି ମୁଖପାତ୍ର ଭାବରେ କାର୍ଯ୍ୟ କରୁଛି ଅକାଳୀ ଦଳ: ଇଡି ଚିଠି ଉପରେ ଆପ ର ଆକ୍ରମଣ

August 13, 2026
Latest News

ନାନ୍ଦେଡ଼ର ଗୁରୁଦ୍ୱାରା ମାତା ସାହିବ କୌରରେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ

August 13, 2026

ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଟିଏମସି ବିଧାୟକ ଗିରଫ

August 13, 2026

ରକେଟ ଭଳି ଚଢିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 13, 2026

ବିଜେପି ମୁଖପାତ୍ର ଭାବରେ କାର୍ଯ୍ୟ କରୁଛି ଅକାଳୀ ଦଳ: ଇଡି ଚିଠି ଉପରେ ଆପ ର ଆକ୍ରମଣ

August 13, 2026

ଲୋକସଭା ଅନିଶ୍ଚିତକାଳ ପାଇଁ ମୁଲତବୀ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.