Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ଚର୍ଚ୍ଚାରେ ବାଲୁଗାଁ ରେଳ ଓଭରବ୍ରିଜ: ସୁରକ୍ଷାକର୍ମୀ ଭାବେ ବ୍ରିଜକୁ ଜଗିଛନ୍ତି ଗାଈଗୋରୁ
ଆଜିର ଖବର

ପୁଣି ଥରେ ଚର୍ଚ୍ଚାରେ ବାଲୁଗାଁ ରେଳ ଓଭରବ୍ରିଜ: ସୁରକ୍ଷାକର୍ମୀ ଭାବେ ବ୍ରିଜକୁ ଜଗିଛନ୍ତି ଗାଈଗୋରୁ

October 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ପୁଣି ଥରେ ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନବନିର୍ମିତ ବାଲୁଗାଁ ରେଳ ଓଭରବ୍ରିଜ। ବିଗତ ଥର ଆଲୋକୀକରଣର ଅଭାବ ଚର୍ଚ୍ଚାରେ ଥିଲାବେଳେ ବର୍ତ୍ତମାନ ଗାଈ ଗୋରୁଙ୍କ ଆଡ୍ଡାସ୍ଥଳୀ ଲାଗି ଚର୍ଚ୍ଚାରେ। ହଁ ଆଜ୍ଞା, ବାଲୁଗାଁ ରେଳ ଓଭରବ୍ରିଜ ସତେ ଯେମିତି ଏନ.ଏ.ସି  ପ୍ରଶାସନ ପାଇଁ ଅଲୋଡ଼ା। ବାଲୁଗାଁ ଏନ.ଏ.ସି ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି ଏହାର ବିକାଶ ପ୍ରତି । ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାର ଦଶ ମାସ ବିତିଯାଇଥିଲେ ମଧ୍ୟ ଅନ୍ଧକାରରେ ଯାତାୟାତ କରୁଛନ୍ତି ଯାତ୍ରୀମାନେ। ଏହାର ପ୍ରତିକାର ଏଯାବତ ହୋଇନଥିବାବେଳେ ଏବେ ଦେଖାଦେଇଛି ଆଉ ଏକ ସମସ୍ୟା।

ବାଲୁଗାଁ ସହରର ବୁଲା ଗାଇଗୋରୁଙ୍କ ବର୍ତ୍ତମାନ ଆଡ୍ଡାସ୍ଥଳୀ ହେଉଛି ଉକ୍ତ ଓଭରବ୍ରିଜ । ଦିନ ରାତି ସଦାବେଳେ ଗାଈଗୋରୁମାନେ ବ୍ରିଜ ରେ ମଧ୍ୟ ରାସ୍ତାରେ ଆଡ୍ଡା ଜମାଇ ବସୁଛନ୍ତି। ଯାହାଫଳରେ ଛୋଟ ମୋଟ ଦୁର୍ଘଟଣା ନିତିଦିନ ଏହିଠାରେ ହେଉଛି । ଏଠି ବାଲୁଗାଁ ଏନ.ଏ.ସି ପ୍ରଶାସନର ପରିବାପଣିଆ ଉପରେ ପ୍ରଶ୍ନ ଉଠିଛି । ପ୍ରଶାସନର କେତେକ କର୍ମଚାରୀ ମାନେ ସେହି ବାଟ ଦେଇ କାର୍ଯ୍ୟାଳୟକୁ ଆସୁଛନ୍ତି ଏପରିକି ଏନ୍ଫୋର୍ସମେଣ୍ଟ ପାଇଁ ନିତିଦିନ ଉକ୍ତ ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି ଉଭୟ କର୍ମଚାରୀ ଏବଂ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ। ହେଲେ ଫାଇନ କାଟିବା ପାଇଁ ଯେତିକି ତତ୍ପର ନାଗରିକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ସେତେ ତତ୍ପର ଦେଖିବାକୁ ମିଳୁନି ସରକାରୀ କର୍ମଚାରୀମାନଙ୍କୁ ।

ପ୍ରତିଦିନ ପାଖାପାଖି 30-40 ଗାଈ ମାନେ ଉକ୍ତ ଓଭରବ୍ରିଜର ମଧ୍ୟ ଭାଗ ଏବଂ ପାର୍ଶ୍ୱଭାଗରେ ଶୋଇରହୁଛନ୍ତି। ଫଳରେ ଗାଡ଼ି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ଉଭୟ ପାର୍ଶ୍ୱରେ ଉଠାଣି ଅଛି ତେଣୁ ସବୁ ବାହାନର ଗତି ନିଶ୍ଚିତଭାବେ ସ୍ୱଳ୍ପ ଅଧିକ ରହିବ ଏବଂ ଉଠାଣି ସରିଲାପରେ ଅନ୍ୟ ସମତଳ ରାସ୍ତା ଉପରେ ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ।  ଏଠାରେ ଅନୁମାନ କରାଯାଇପାରୁଥିବ ପରିସ୍ଥିତି କି ପ୍ରକାର ହେଉଥିବ।

ଅପରପକ୍ଷରେ  ବ୍ରିଜ ଉପରେ ଅଦ୍ୟାବଧି ଷ୍ଟ୍ରିଟ ଲାଇଟ ଲାଗିପାରିନାହିଁ । ମାନ୍ୟବର ଚିଲିକା ବିଧାୟକ ବିଭିନ୍ନ ଗଣମାଧ୍ୟମକୁ ଷ୍ଟ୍ରିଟ ଲାଇଟ ପାଇଁ ଅର୍ଥ ବ୍ୟୟବରାଦ ହୋଇସାରିଥିବା  କଥା କହୁଥିବାବେଳେ ଦଶହରା ପାଖେଇ ଆସିଲାଣି କିନ୍ତୁ ଷ୍ଟ୍ରିଟ ଲାଇଟ ତ ଦୂରର କଥା ଏପର୍ଯ୍ୟନ୍ତ ଗୋଟେ ଖୁଣ୍ଟର ମଧ୍ୟ ଚି଼ହ୍ନ ବର୍ଣ୍ଣ ନାହିଁ । ତେବେ ବାଲୁଗାଁ ଏନ.ଏ.ସି କର୍ତ୍ତୃପକ୍ଷଙ୍କ ରେଳ ଓଭରବ୍ରିଜ ପ୍ରତି  ସାବତ ପୁଅ ନୀତିକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ମାନେ । ଯଦି ବ୍ରିଜରେ ଲାଇଟ ରହିବନି, ସର୍ଭିସ ରୋଡ଼ ଠିକରେ ତିଆରି ହୋଇନାହିଁ, ଗୋରୁଗାଈ ବ୍ରିଜ ମଝିରେ ଶୋଇବେ ତାହାଲେ କଣ ପାଇଁ ବ୍ରିଜକୁ ତରବରିଆ ଭାବେ କାର୍ଯ୍ୟକ୍ଷମ କରାଗଲା ଏପରି ପ୍ରଶ୍ନ କରିଛନ୍ତି ସହରବାସୀ ।

ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଲକ ଡ଼ାଉନ ସମୟରେ ଓଡିଶା ସରକାରଙ୍କ ୟୁ.ଡବ୍ଲୁ.ଇ.ଆଇ ଯୋଜନାରେ ବାଲୁଗାଁ ରେଳ ଓଭରବ୍ରିଜର ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ଦଶ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ ହୋଇଥିବାସ୍ଥଳେ ଆଜି ପର୍ଯ୍ୟନ୍ତ ବାଲୁଗାଁ ଏନ.ଏ.ସି ସେଇ ପ୍ରୋଜେକ୍ଟକୁ ହାତ ମାରୁନି। ଏଠି ଏନ.ଏ.ସି ପ୍ରଶାସନର କାର୍ଯ୍ୟକାରିତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାହା ଇଙ୍ଗିତ ରେ ଏନ.ଏ.ସି ପ୍ରଶାସନ ଉକ୍ତ କାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ଅଟକାଇ ରଖିଛି । ରାଜ୍ୟ ସରକାର ସହର ଉନ୍ନତିକରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିଭିନ୍ନ ୟୁ.ଏଲ.ବି କୁ ପ୍ରଦାନ କରୁଥିବାବେଳେ ଏଠି ଅର୍ଥ ଆସି ମଧ୍ୟ କାମ ହେଉନି ।

ବିଗତ ଥର ବ୍ରିଜ ଉପରେ  ଷ୍ଟ୍ରିଟ ଲାଇଟ ଲଗାଇବାକୁ ନେଇ  ପି.ଡବ୍ଲୁ.ଡ଼ି ଏବଂ ଏନ.ଏ.ସି ମଧ୍ୟରେ ବିବାଦ ଦେଖାଦେଇଥିଲା ଏବଂ ପରିଶେଷରେ ପି.ଡବ୍ଲୁ.ଡ଼ି ତାହାକୁ ପୁରା କରିବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ ଯାହା ପାଣିର ଗାର ବୋଲି ପ୍ରମାଣିତ ହେଲା କାରଣ ପାଖାପାଖି ଦେଢ଼ ମାସ ହେଲାଣି ଗୋଟେ ଖୁଣ୍ଟ ଟିଏ ବି ଲାଗିପାରିନାହିଁ । ଅନ୍ୟପକ୍ଷରେ ବ୍ରିଜ ଉପରେ ଗାଈଗୋରୁଙ୍କୁ ହଟାଇବା କର୍ତ୍ତବ୍ୟ ଏନ.ଏ.ସି ପ୍ରଶାସନର ତଥାପି ଏଥିପ୍ରତି ପ୍ରଶାସନ ତିଳେହେଲେ କର୍ଣ୍ଣପାତ କରୁନାହିଁ ଯାହାକି ଆଗାମୀ ଦିନରେ ପ୍ରଶାସନକୁ ଅଡୁଆରେ ପକାଇପାରେ । କାରଣ ଛୋଟ ଦୁର୍ଘଟଣା କେଉଁଦିନ ବଡ଼ ଦୁର୍ଘଟଣା ର ରୂପ ନେବ ତାହା କିଏ କହିପାରିବ? ହେଲେ  ଦେଖିବାକୁ ବାକି ରହିଲା ବାଲୁଗାଁ ଏନ.ଏ.ସି ପ୍ରଶାସନ କେବେ ଚେତୁଛି  ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Latest News

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.