ଉପନିର୍ବାଚନ ପାଇଁ ବଦଳିଲା କୋଭିଡ19 ଗାଇଡ ଲାଇନ, ଏଣିକି ଦୁଇଶହ ଲୋକ ହୋଇପାରିବେ ଏକାଠି

Published: Oct 17, 2020, 7:07 pm IST

ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ କୋଭିଡ19 ଆଇନିରେ କୋହଳ କରାଯାଇଛି। ଏ ନେଇ ସ୍ବାତନ୍ତ୍ର ରିଳିଫ କମିଶନର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁସାରେ କୁହାଯାଇଛି ଯେ, ଉପନିର୍ବାଚନକୁ ଦୃଷ୍ଟିରେ ରଖି କେବେଳ ସେହି ଦୁଇଟି ସ୍ଥାନରେ ଆଇନିକୁ କୋହଳ କରାଯାଇଛି। ଅନ୍ୟସ୍ଥାନରେ ଯେପରି ନିୟମ ଲାଗୁ ହେବା କଥା ତାହା କରାଯିବ।

ନୂଆ ଆଇି ଅନୁସାରେ ଏଣିକି ରାଜନୈତିକ ଦଳଗୁଡିକ ଖୋଲା ସ୍ଥାନରେ ଦୁଇଶହ ଲୋକଙ୍କ ସମାବେଶ କରିପାରିବେ। ତେବେ ସେମାନେ ସମସ୍ତେ ମାସ୍କ ପରିଧାନ କରିବେ। ସେହିପରି ଗେଟ ମୁହଁରେ ଥର୍ମାଲ ସ୍କାନି କରିବା ବାଧ୍ୟତା ମୂଳକ କରାଯାଇଛି। ପୂର୍ବରୁ ଏହା ଏକଶହ ମଧ୍ୟରେ ସୀମିତ ରଖାଯାଇଥିଲା। ତେବେ ହଲ ଭିତରେ ଯଦି ବୈଠକ କରାଯିବ ତେବେ ତାହାର ଆସନ ସଂଖ୍ୟାରୁ 50 ପ୍ରତିଶତ କମ ଲୋକ ବସିପାରିବେ। ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ଖୋଲାପଡିଆରେ ବୈଠକ କଲେ ତାହା ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।

Related posts