ନଅଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ମିଳିଲା ଅନୁମତି

Published: Oct 19, 2020, 2:03 pm IST

ଭୁବନେଶ୍ୱର : ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂଜା କମିଟିଙ୍କୁ ଆଶ୍ୱସ୍ତି ମିଳିଛି । 9ଟି ପୂଜା କମିଟିଙ୍କୁ ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ । ଯେଉଁ 9ଟି ପୂଜାକମିଟି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନଙ୍କ ମୂର୍ତ୍ତିକୁ ପୂଜା କରିବାର ଅନୁମତି ଦେଇଛନ୍ତି କୋର୍ଟ । ତେବେ ଏହି ନିଷ୍ପତ୍ତି ସହିତ ଦୁଇଟି ସର୍ତ୍ତ ଜାରି କରିଛନ୍ତି ହାଇକୋର୍ଟ । ମାମଲାକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ପୂଜା ପରେ ମୂର୍ତ୍ତିକୁ ସରକାର ବିସର୍ଜନ କରିବେ।

West Bengal Issues Durga Puja Guidelines; Open Pandals, Masks Mandatory |  Curly Tales

ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି କରିବା ପାଇଁ ନିର୍ଦ୍ଦେଶାବଳୀ  ଜାରି କରାଯାଇଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରି 9ଟି ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ପିଟିସନର ଶୁଣାଣି କରି ଏଜିଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Related posts