Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରର ମା’ ଭଗବତୀ ମନ୍ଦିର ଖୋଲିବାକୁ ଦାବି ଜଣାଇଲେ ସ୍ଥାନୀୟବାସୀ
ଆଜିର ଖବର

ବାଣପୁରର ମା’ ଭଗବତୀ ମନ୍ଦିର ଖୋଲିବାକୁ ଦାବି ଜଣାଇଲେ ସ୍ଥାନୀୟବାସୀ

October 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟର ମନ୍ଦିର ଗୁଡିକ ଖୋଲିବା ଉପରେ ସରକାର କଟକଣା ଲଗାଇଥିବାବେଳେ ମନ୍ଦିରରେ ଥିବା ପୂଜକମାନେ ମୁଣ୍ଡରେ ହାତଦେଇ ବସିଗଲେଣି। ସରକାରଙ୍କ ନିଷ୍ପତ୍ତି କ୍ରମେ କୋଭିଡ କଟକଣା ଭିତରେ ରେଷ୍ଟୁରାଣ୍ଟ ଓ ବାର ଆଦି ଖୋଲିଥିବାବେଳେ ମନ୍ଦିର ଉପରେ ଏଭଳି କଟକଣାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ  ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଉଛି। ନିକଟରେ କୋଣାର୍କ ମନ୍ଦିରକୁ କେନ୍ଦ୍ରସରକାର ସାଧାରଣ ଲୋକଙ୍କ ପାଇଁ ଖୋଲିଥିବାବେଳେ ଠାକୁରଙ୍କ ମନ୍ଦିର କେବେ ଖୋଲିବ ବୋଲି ପ୍ରଶ୍ନ କରୁଛନ୍ତି ଜନତା।  ମନ୍ଦିର ଖୋଲା ନଯିବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।

ନିକଟରେ ଦେଶର ବିଭିନ୍ନ ସ୍ଥାନରେ କରୋନା କଟକଣା ନିୟମ ଭିତରେ ମନ୍ଦିର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର ମନ୍ଦିର ଗୁଡିକ ଉପରୁ କଟକଣା ହଟାଉ ନଥିବାରୁ ରାଜ୍ୟର ଶହ ଶହ ମନ୍ଦିରରେ ତାଲା ଝୁଲୁଛି।

ଚିଲିକା ନିର୍ବାଚନମଣ୍ଡଳୀର ପ୍ରମୁଖ ମନ୍ଦିର ଯଥା ଓଡିଶାର ଶକ୍ତିପୀଠ ମା’ ଭଗବତୀ ମନ୍ଦିରରେ ଦୀର୍ଘ ସାତ ମାସରୁ ଉର୍ଦ୍ଧ୍ଵ ହେଲା ତାଲା ଝୁଲୁଛି ଯାହା ଭକ୍ତଙ୍କ ମନକୁ ବିଚଳିତ କରୁଛି। ସାର୍ବଜନୀନ ପୂଜା ପାର୍ବଣ ବନ୍ଦ ରହିଛ। ଉକ୍ତ ମନ୍ଦିର ଉପରେ ନିର୍ଭର କରୁଥିବା ଶହ ଶହ ସେବକଙ୍କ ଅବସ୍ଥା ଅତି ଶୋଚନୀୟ। ବର୍ତ୍ତମାନ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ସ୍ଥଳେ ଉକ୍ତ ସମୟରେ ମନ୍ଦିର ବନ୍ଦ ରହିବା ସେବକ ଏବଂ ଭକ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରୁଛି। ଯଦି ସବୁକିଛି କୋଭିଡ ନିୟମ ଅନୁଯାଇ ହେଇପାରୁଛି ତାହା ହେଲେ କୋଭିଡ କଟକଣା ମଧ୍ୟରେ ଠାକୁରଙ୍କ ଦର୍ଶନ କଣ ପାଇଁ ହୋଇପାରିବନି ବୋଲି ଭକ୍ତମାନେ ପ୍ରଶ୍ନ କରୁଛନ୍ତି। ସରକାର  ମନ୍ଦିରମାନଙ୍କ ପାଇଁ ଉପଯୁକ୍ତ ଏସ.ଓ.ପି ଜାରି କରି ମନ୍ଦିର ଖୋଲନ୍ତୁ ବୋଲି ମା’ ଭଗବତୀ ମନ୍ଦିରର ମୁଖ୍ୟ ସେବାୟତ ଶ୍ରୀଯୁକ୍ତ ଭାସ୍କର ନାୟକ ସରକାରଙ୍କ ନିକଟରେ  ଅନୁରୋଧ କରିଛନ୍ତି। ମା’ କାଳିଜାଇ ମନ୍ଦିରରେ ମଧ୍ୟ ଅନୁରୂପ ଅବସ୍ଥା। ସେଠାରେ ମଧ୍ୟ ସେବକ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ପର୍ଯ୍ୟଟନ ସ୍ଥଳ, ରେଷ୍ଟୁରାଣ୍ଟ, ବାର୍‌ ଆଦି ଖୋଲିବାକୁ ଅନୁମତି ମିଳିଥିବାବେଳେ ମନ୍ଦିର ଖୋଲିବାରେ ଅସୁବିଧା କୋଉଠି ରହୁଛି  ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ମାନେ। ସେବାୟତ ମାନଙ୍କ ମନ୍ଦିର ସେବା ଛଡା ଅନ୍ୟ କିଛି ବୃତ୍ତି ନଥାଏ। ତେଣୁ ଦୀର୍ଘ ସାତ ମାସ ହେଲା ମା’ ଭଗବତୀ ମନ୍ଦିରର ସେବାୟତମାନେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ସରକାର ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ବି କରୁନାହାନ୍ତି। ନିକଟରେ ପୁରୀ ମନ୍ଦିର ସେବାୟତଙ୍କ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି।

ଅପରପକ୍ଷରେ କେତେକ ମନ୍ଦିରରେ ଭକ୍ତମାନେ ଲୁଚିଛପି ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି। ସେବାୟତ ମାନେ ବି ଭକ୍ତଙ୍କ ଆବେଗକୁ ସମ୍ମାନ  ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ମନ୍ଦିର ଭିତରକୁ ଗଳା ବାଟ ଦେଇ ପ୍ରବେଶ କରିବାକୁ  ଅନୁମତି ଦେଉଛନ୍ତି। ଏହା ସ୍ଥାନୀୟ ପ୍ରଶାସନ ଦେଖି ବି ଅଣଦେଖା କରୁଛି। ତେଣୁ ଲୁଚାଛପାରେ ମନ୍ଦିର ଦର୍ଶନ ଏବଂ ପୂଜା କରି ପରୋକ୍ଷରେ କରୋନାକୁ ନିମନ୍ତ୍ରଣ କରିବା ଅପେକ୍ଷା ଏସ.ଓ.ପି ଜାରି କରି ଯଥାଶୀଘ୍ର ମନ୍ଦିର ଖୋଲିବା ବୁଦ୍ଧିମାନର ପରିଚୟ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣ ଏବଂ ସେବାୟତ ମାନେ ମା’ ଭଗବତୀ ଏବଂ ମା’ କାଳିଜାଇ ପରି ପ୍ରମୁଖ ମନ୍ଦିର ଗୁଡିକୁ  କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଖୋଲିବାପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଏଲପିଜି ଓ ପେଟ୍ରୋଲ ନେଇ ଭାରତ ସରକାରଙ୍କ ବଡ଼ ବୟାନ

June 15, 2026

ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

June 15, 2026
Latest News

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଏଲପିଜି ଓ ପେଟ୍ରୋଲ ନେଇ ଭାରତ ସରକାରଙ୍କ ବଡ଼ ବୟାନ

June 15, 2026

ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.