ଟ୍ୱିିନ ସିଟି ପାଇଁ ସାଢେ 11ଟା ଯାଏଁ ସତର୍କ ସୂଚନା

Published: Oct 22, 2020, 10:42 am IST

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସର ଏବେ ଅବପାତରେ ପରିଣତ ହୋଇଛି। 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେଇପାରେ। ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 6ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଜଗତସିଂହପୁର, ପୁରୀ, ବାଲେଶ୍ୱର, ଗଞ୍ଜାମ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହା ସହିତ ଗୋପାଳପୁର ଏବଂ ପାରାଦୀପ ବନ୍ଦରରେ ତିନି ନମ୍ବର ବିପଦସଙ୍କେତ ଜାରି କରାଯାଇଛି । ସେହିପରି କଟକ- ଭୁବନେଶ୍ବର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦିନ 11ଟା30 ମଧ୍ୟରେ ଘଡଘଡି ସହ ବର୍ଷା ନେଇ ସୂଚନା ଦେଇଛନ୍ତି । ଏହି ସମୟରେ ରାସ୍ତାଘାଟ ଭଲ ଭାବେ ଦିଶିବନି, ପାଣି ଜମିପାରେ, ଟ୍ରାଫିକ୍‌ ଜାମ୍‌ ହୋଇପାରେ । ଚାଲିବାବେଳେ ରାସ୍ତାରେ ଥିବା ମ୍ୟାନ୍‌ ହୋଲ୍‌ ଉପରେ ନଜର ରଖିବା ସହିତ ଯଥାସମ୍ଭବ ଘରୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

Related posts