ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୭୧ ଜଣ କୋରୋନା ଆକ୍ରାନ୍ତ

Published: Oct 25, 2020, 9:05 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୭୧ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୦୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୧୨, କଟକରୁ ୧୮୨, ମୟୂରଭଞ୍ଜରୁ ୯୬, ଅନୁଗୁଳରୁ ୯୦, ଝାରସୁଗୁଡାରୁ ୮୦, ନୂଆପଡାରୁ ୭୮, କେନ୍ଦ୍ରାପଡାରୁ ୭୨, ବରଗଡରୁ ୭୧, ଯାଜପୁରରୁ ୬୯, ବଲାଙ୍ଗିରିରୁ ୬୭, ପୁରୀରୁ ୬୬, ସୋନପୁରରୁ ୬୬, ଜଗତସିଂହପୁରରୁ ୫୯, ବାଲେଶ୍ବରରରୁ ୫୮, କେନ୍ଦୁଝରରୁ ୫୮, କଳାହାଣ୍ଡିରୁ ୫୧, ସମ୍ବଲପୁରରୁ ୫୦, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୩, ଭଦ୍ରକରୁ ୩୫, ମାଲକାନଗିରିରୁ ୩୩, କୋରାପୁଟରୁ ୩୦, ଗଞ୍ଜାମରୁ ୨୪, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୯, ନୟାଗଡରୁ ୧୭, ଦେବଗଡରୁ ୧୨, ରାୟଗଡାରୁ ୧୨, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬୪ ହଜାର ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ୨୧୫ ମଧ୍ୟରୁ ୧୫ ହଜାର ୮୧୫ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts