କରୋନାରେ ଆକ୍ରାନ୍ତ ହେଲେ ‘ରାମଦାସ ଅଠାଓ୍ବାଲେ

Published: Oct 27, 2020, 5:51 pm IST

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ରାମଦାସ ଆଠୱାଲେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆଠୱାଲେଙ୍କୁ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି । ସେ ତାଙ୍କ ଦଳର ଏକ ମିଶ୍ରଣ ପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।

ଭାରତରେ କରୋନା ମାମଲା ଜଣାପଡିବା ପରେ ରାମଦାସ ଅଠାଓ୍ବାଲେ ‘ଗୋ କରୋନା ଗୋ’ର ସ୍ଲୋଗାନ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା । (ଏଜେନ୍ସି)

Related posts