Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନେଇ ବୈଠକ
ଆଜିର ଖବର

ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନେଇ ବୈଠକ

October 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଯେଭଳି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନ ହେବେ ଏବଂ ଏହି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା ନେଇ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭି.ସି. ମାଧ୍ୟମରେ ସତର୍କ କରାଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୁଣିଥରେ ଲକ୍‌ଡ଼ାଉନ୍ ଲଗାଇବାକୁ ସରକାର ଚାହାଁନ୍ତି ନାହିଁ। ସ୍ୱାବ୍ ସଂଗ୍ରହ କରି ନମୁନା ପରୀକ୍ଷା କାର୍ଯ୍ୟକୁ ବ୍ୟାପକ କରିବାକୁ ହେବ। ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାକୁ ତଦାରଖ କରିବାକୁ ପଡ଼ିବ।

ବର୍ତ୍ତମାନ ପୁଣି ଏମ୍‌କେସିଜି ମେଡ଼ିକାଲ୍‌ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ସେଇ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କହିଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତ ହୋଇ କେହି ଯେପରି ମୃତ୍ୟୁମୁଖରେ ପଡ଼ିବେ ନାହିଁ, ସେ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ସଚେତନତା କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବା ସହିତ “ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” ଯୋଜନାକୁ ବ୍ୟାପକ କରି ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ନେଇ ଗଠିତ ଟିମ୍ ଜରିଆରେ ମେଗାସ୍ୱାସ୍ଥ୍ୟ ସ୍କ୍ରିନିଂ କରି ପ୍ରତି ଘରେ ତଥ୍ୟ ଥାଇ ପୋଷ୍ଟକାର୍ଡ଼ ସାଇଜର ଷ୍ଟିକର ଲଗାଯିବ। କୌଣସି ବାସଗୃହ ଯେପରି ବାଦ୍ ପଡ଼ିବେ ନାହିଁ ସେ ଦିଗରେ ସୁନିଶ୍ଚିତ କରି ନଭେମ୍ବର ପହିଲାରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ।

ସାଇକେଲ୍ ରାଲି, ଜୁମ୍ ମିଟିଂ, ପଞ୍ଚସୂତ୍ର ନିୟମ, ଟୁଇଟ୍ ଦ୍ୱାରା ସଚେତନତା ବର୍ତ୍ତା, ହୋମ୍ ଆଇସେଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କୁ କିଟ୍ ପ୍ରଦାନ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଇତ୍ୟାଦି କାର୍ଯ୍ୟକୁ ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ। ପଞ୍ଚସୂତ୍ରୀ ନିୟମକୁ କଡ଼ାକଡ଼ି କରି ଟିମ୍ ଦ୍ୱାରା ଯାଞ୍ଚ କରାଯାଇ ପ୍ରତି ଦୋକାନକୁ କୋଭିଡ଼୍ ନିରାପତ୍ତା (କୋଭିଡ଼୍‌ସେଫ୍‌) ପ୍ରମାଣପତ୍ର ପ୍ରଦାନ କରାଯିବ। ନିୟମ ଖିଲାପ ଦୋକାନକୁ ବନ୍ଦ କରାଯିବ। ସ୍ଥାନେ ସ୍ଥାନେ ମାସ୍କ ଚେକ୍ ପଏଣ୍ଟ କରି ଲୋକଙ୍କ ମାସ୍କ ପରିଧାନକୁ ସୁନିଶ୍ଚିତ କରାଯିବ। ପ୍ଲାଜମା ଦାନ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ସମସ୍ତ ସଚେତନତା କାର୍ଯ୍ୟ ପରେ ଚଢ଼ାଉ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଉପଜିଲ୍ଲାପାଳ ଗଣ ନୋଡ଼ାଲ୍ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ବ୍ରହ୍ମପୁର ସହରକୁ ଅଧିକ ଫୋକସ୍ ଦେବା ସକାଶେ ମହାନଗର ନିଗମ କମିଶନର କଡ଼ା ଦୃଷ୍ଟି ଦେବେ। ହୋମ୍ ଆଇସୋଲେସନ୍ ଏବଂ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦେବାକୁ କହିବା ସହିତ ଶ୍ୱାସଜନୀତ ସମସ୍ୟା ରୋଗୀ ଓ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କୁ ସ୍ୱତନ୍ତ୍ର ଭାବେ ଧ୍ୟାନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଂଜାମ ଜିଲ୍ଲା ବିଜୟ ଅମୃତା କୁଲାଙ୍ଗେ ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.