ଘର ଭିତରୁ ମିଳିଲା ବୃଦ୍ଧାଙ୍କ ମୃତଦେହ : ହତ୍ୟା ସନ୍ଦେହ

Published: Oct 28, 2020, 10:22 am IST

ଉଦଳା : କପ୍ତିପଦା ଥାନା ବେଲଡିହା ଗାଁରେ ଥିବା ଏକ ଘରୁ ବୃଦ୍ଧାଙ୍କ ମୃତଦେହ ମିଳିଛି। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଘରର କାନ୍ଥ ଭଙ୍ଗାଯାଇଥିବାରୁ ହତ୍ୟା ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଉକ୍ତ ଘରେ ଜଣେ ବ୍ୟକ୍ତି ପଶିବା ପରି ଘରର କାନ୍ଥ ଭଙ୍ଗାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Related posts