Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ ଅଧିକାରରୁ ବାସନ୍ଦ ବାଣପୁରର ଆଠ ପରିବାର : ନ୍ୟାୟ ନମିଳିଲେ ଆତ୍ମାହୁତି ଧମକ
ଆଜିର ଖବର

ସାମାଜିକ ଅଧିକାରରୁ ବାସନ୍ଦ ବାଣପୁରର ଆଠ ପରିବାର : ନ୍ୟାୟ ନମିଳିଲେ ଆତ୍ମାହୁତି ଧମକ

October 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ସ୍ବାଧୀନ ଭାରତରେ କରୋନା ବିଭୀଷିକାରେ ଜନସମାଜ ଅସ୍ତବ୍ୟସ୍ତ ହେଉଥିବାବେଳେ ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତ ରାଣୀପଡା ଗ୍ରାମର ୮  ପରିବାର ଦୀର୍ଘ ୧୬ ବର୍ଷ ହେବ ଗ୍ରାମରୁ ବାସନ୍ଦ ହୋଇ ରହିଥିବା ଅଭିଯୋଗ ହେଉଛି। ଯାହାକି ଏ ସ୍ବାଧୀନ ଭାରତ ବର୍ଷରେ ସ୍ବାଧୀନତା ଅଧିକାର ପାଇଥିବା ପ୍ରତ୍ୟେକ ନାଗରିକ ଆଜି ବି ସେମାନଙ୍କ ମୌଳିକ ତଥା ସାମାଜିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏସମ୍ପର୍କରେ ଗ୍ରାମ ସଭାଠାରୁ ଆରମ୍ଭ କରି ଗ୍ରାମ ମୌଜା ସଭା, ସ୍ଥାନୀୟ ପ୍ରଶାସନ, ତହସିଲଦାର, ଏସ୍‌.ଡି.ପି.ଓ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ମାନବାଧିକାର କମିଶନଙ୍କୁ ଗୁହାରୀ ଜଣାଇଲେ ମଧ୍ୟ ଅଦ୍ୟାବଧି କୌଣସି ନ୍ୟାୟ ମିଳିପାରିନଥିବା ସୂଚନା ମିଳିଛି । ପ୍ରତିବାଦ ସ୍ବରୂପ ନିରୁତ୍ସାହିତ ତଥା ନିଆଁ ପାଣିରୁ ବାସନ୍ଦ ଥିବା ଆଠ ଗୋଟି ପରିବାର ବର୍ଗ ଆଜି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ଏ ବିଷୟ  ଜଣାଇବା  ସହ ଆଗାମୀ ଦିନରେ ଯଦି ସେମାନଙ୍କୁ  ନ୍ୟାୟ ନ ମିଳେ ତେବେ ସମୂହ  ଆତ୍ମାହୂତି ଦେବେ  ବୋଲି ପ୍ରକାଶ କରିଛନ୍ତି ।

ପ୍ରାପ୍ତ ସୂଚନା ମୁତାବକ ୨୦୦୫ ମସିହାରେ ଏକ ସାଧାରଣ ଝଗଡାକୁ କେନ୍ଦ୍ର କରି ବାଣପୁର ବ୍ଲକ ରାଣୀପଡା ଗ୍ରାମର ଗୋପିନାଥ ସାହୁଙ୍କୁ ବାସନ୍ଦ କରାଯାଇଥିଲା।ମାତ୍ର ଗୋପିନାଥଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ନେଇ ଗ୍ରାମର ଲୋକନାଥ ଭୋଳ, ନାରାୟଣ ଦଳବେହେରା, ବାବୁ ବିଶ୍ବାଳ, ରାମଚନ୍ଦ୍ର ମହାରଣା, ପରୀକ୍ଷିତ ମହାରଣା, ସୁଦର୍ଶନ ସାହୁ ଏବଂ ମନୋରଞ୍ଜନ ବାରିକ ପ୍ରମୁଖ ସ୍ବର ଉତ୍ତୋଳନ କରିବାରୁ ସେମାନଙ୍କୁ ମଧ୍ୟ ଗ୍ରାମର ସମସ୍ତ ସୁବିଧା ସୁଯୋଗ ତଥା ନିଆଁ ପାଣିରୁ ବାସନ୍ଦ କରାଯାଇଥିଲା । ଏହାର ପ୍ରତିବାଦରେ ସମ୍ପୃକ୍ତ ଆଠ ପରିବାରଙ୍କ  ସମ୍ମତି କ୍ରମେ ବାରମ୍ବାର ଗ୍ରାମ ସଭା ଡକାଯାଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଇନଥିଲା ।

ଫଳସ୍ବରୂପ ଆଖପାଖ ଗ୍ରାମଙ୍କୁ ଜଣାଇବା ପରେ ଗ୍ରାମ ମୌଜା ତରଫରୁ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଗ୍ରାମର କିଛି କୁଟ ଚକ୍ରାନ୍ତ ବ୍ୟକ୍ତି ଏହାକୁ ଭଙ୍ଗ କରିଦେଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ଉପାୟ ନ ପାଇ ଦଳିତ ଆଠ ପରିବାର ସ୍ଥାନୀୟ ପ୍ରଶାସନର ସାହାଯ୍ୟ ଲୋଡିଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଥିଲେ । ତତ୍‌ସହିତ ନ୍ୟାୟ ପାଇବା ଆଶାରେ ତହସିଲଦାର, ଜିଲ୍ଲାପାଳ, ଏସ୍‌ପି, ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭିଏନ୍ସ ସେଲ  ଏପରିକି ଜାତୀୟ  ମାନବାଧିକାର କମିଶନରଙ୍କୁ ଅବଗତ କରାଯିବା ପରେ ପ୍ରଶାସନ, ଗ୍ରାମବାସୀ ଏବଂ ଆବାହକଙ୍କ ମାଧ୍ୟମରେ ଭଦ୍ରଲୋକ ଚୟନ କରାଯାଇ ଉଭୟ ପକ୍ଷଙ୍କ ସହମତିରେ ବାରମ୍ବାର ବୈଠକ କରାଯାଇ ବିବାଦର ବିଚାର କରାଯାଇଥିଲେ ମଧ୍ୟ କିଛି ଖଳ ପ୍ରକୃତିର ମୁଷ୍ଟିମେୟ ବ୍ୟକ୍ତି, ସେହି ନିଷ୍ପତ୍ତିକୁ ଗ୍ରାମରେ କାର୍ଯ୍ୟକାରୀ କରାଇଦେଲେ ନାହିଁ ।

ଏପରିକି ଅସହିଷ୍ଣୁତା ଏତେ ବଢିଯାଇଥିଲା ଯେ ଉକ୍ତ ବାସନ୍ଦ ଆଠ ପରିବାର ମଧ୍ୟରୁ ଦୁଇ ଜଣଙ୍କର ଦେହାନ୍ତ ହୋଇଥିବାବେଳେ ଗ୍ରାମ ଶଶ୍ମାନରେ ଶବ ଦାହ କରିବାକୁ ଦିଆଗଲା ନାହିଁ । ଗ୍ରାମର ପୁଷ୍କରିଣୀଠାରୁ ଆରମ୍ଭକରି ମନ୍ଦିର ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଅନ୍ୟ ଲୋକଙ୍କ ସହ କୌଣସି କାରଣବଶତଃ କଥାବାର୍ତ୍ତା କଲେ ସେମାନଙ୍କଠାରୁ ମୋଟାଅଙ୍କର ଜରିମାନା ମଧ୍ୟ ଆଦାୟ କରାଗଲା । ଏପରି ଅମାନବୀୟ ଚିନ୍ତାଧାରାରେ ନା  ସେମାନଙ୍କ  କଥା ଗ୍ରାମବାସୀ ଶୁଣୁଛନ୍ତି ନା ପ୍ରଶାସନ। ଏଥିସହିତ ସେମାନେ  ସଦାସର୍ବଦା ମାନସିକ ଯନ୍ତ୍ରଣାରେ କାଳାତିପାତ କରିବା ସହ  ଦୀନ ମଜୁରିଆ ଏବଂ  ଧନହୀନ ହୋଇଥିବାରୁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ସେମାନଙ୍କ ପକ୍ଷେ ଅସମ୍ଭବ । ଟିକେ ନ୍ୟାୟ ପାଇବା ପାଇଁ ସେମାନେ  ବ୍ୟାକୁଳ । ଯଦି ଯଥାଶୀଘ୍ର ସମ୍ପୃକ୍ତ ପରିବାରଙ୍କୁ ଉଚିତ ନ୍ୟାୟ ନ ମିଳେ ତେବେ  ସେମାନେ ସାମୁହିକ ଭାବେ  ଆତ୍ମାହୂତି ଦେବେ  ବୋଲି ପ୍ରତାରିତ ଆଠ ପରିବାର ଆଜି  ଗଣମାଧ୍ୟମ ଆଗରେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026
Latest News

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.