ଆଜି ରାଜ୍ୟରୁ ସୁସ୍ଥ ହେଲେ ୨ ହଜାର ୧୫ ଜଣ କୋରୋନା ଆକ୍ରାନ୍ତ

Published: Oct 28, 2020, 9:54 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୫ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୮, କଟକରୁ ୧୩୫, ବାଲେଶ୍ବରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡାରୁ ୬୫, ବଲାଙ୍ଗିରିରୁ ୬୪, ଭଦ୍ରକରୁ ୬୩, ନୂଆପଡାରୁ ୬୨, ନବରଙ୍ଗପୁରରୁ ୬୦, ଢେଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡରୁ ୪୬, କଳାହାଣ୍ଡିରୁ ୪୪, ଝାରସୁଗୁଡାରୁ ୪୨, ନୟାଗଡରୁ ୩୭, ସମ୍ବଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗଡରୁ ୨୬,କୋରାପୁଟରୁ ୨୫, ମାଲକାନଗିରିରୁ ୨୩, ଗଞ୍ଜାମରୁ ୨୪, ବୌଦ୍ଧରୁ ୨୧, ଗଜପତିରୁ ୯, ରାୟଗଡାରୁ ୬ ଏବଂ ଷ୍ଟେଟ ପୁଲରୁ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୦ ହଜାର ୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨ ମଧ୍ୟରୁ ୧୪ ହଜାର ୦୧୫ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୮୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts