ଆଜି ରାଜ୍ୟରୁ ସୁସ୍ଥ ହେଲେ ୧ ହଜାର ୯୦୮ ଜଣ କୋରୋନା ଆକ୍ରାନ୍ତ

Published: Oct 29, 2020, 8:29 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୯୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୭୦, ଅନୁଗୁଳରୁ ୧୨୬, କେନ୍ଦ୍ରାପଡାରୁ ୧୦୨, କଟକରୁ ୧୦୦, ବଲାଙ୍ଗୀରିରୁ ୯୬, ବାଲେଶ୍ବରରୁ ୮୯, ମୟୂରଭଞ୍ଜରୁ ୮୦, କଳାହାଣ୍ଡିରୁ ୭୬, ଜଗତସିଂହପୁରରୁ ୭୩, ନୂଆପଡ଼ାରୁ ୬୮, ଝାରସୁଗୁଡାରୁ ୫୫, ଢେଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୫, ସମ୍ବଲପୁରରୁ ୪୫, କନ୍ଧମାଳରୁ ୪୨, କେନ୍ଦୁଝରରୁ ୪୨, ବରଗଡରୁ ୩୭, ସୋନପୁରରୁ ୩୭, ମାଲକାନଗିରିରୁ ୩୫, ରାୟଗଡରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨, ନୟାଗଡରୁ ୩୦, ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫, ଦେବଗଡରୁ ୪ ଏବଂ ଷ୍ଟେଟ ପୁଲରୁ ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୨ ହଜାର ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୯୯ ମଧ୍ୟରୁ ୧୩ ହଜାର ୭୧୧ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୯୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts