ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୮୦୦ ଜଣ କୋରୋନା ଆକ୍ରାନ୍ତ

Published: Oct 30, 2020, 8:34 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୮୦୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୪୮, ନୂଆପଡ଼ାରୁ ୧୦୦, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୮୧, ସୁନ୍ଦରଗଡରୁ ୭୬, କେନ୍ଦୁଝରରୁ ୭୪, ବାଲେଶ୍ବରରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡରୁ ୬୫, କେନ୍ଦ୍ରାପଡ଼ାରୁ ୬୨, ବଲାଙ୍ଗିରିରୁ ୬୧, ଭଦ୍ରକରୁ ୬୦, ଜଗତସିଂହପୁରରୁ ୬୦, ନବରଙ୍ଗପୁରରୁ ୫୩, କୋରାପୁଟରୁ ୪୪, କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦, ଢେଙ୍କାନାଳରୁ ୩୫, ମାଲକାନଗିରିରୁ ୩୫, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, କନ୍ଧମାଳରୁ ୨୯, ସୋନପୁରରୁ ୨୯, ନୟାଗଡରୁ ୨୭, ରାୟଗଡାରୁ ୧୨, ଦେବଗଡ଼ରୁ ୮, ଗଜପତିରୁ ୭, ବୌଦ୍ଧରୁ ୬ ଏବଂ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୩ ହଜାର ୮୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬ ମଧ୍ୟରୁ ୧୩ ହଜାର ୪୪୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୦୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts