Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘ ପକ୍ଷରୁ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର
ଆଜିର ଖବର

ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘ ପକ୍ଷରୁ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର

November 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘ ପକ୍ଷରୁ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର
ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘ ପକ୍ଷରୁ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟବିତ୍ତ ପରିବାରର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଚିହ୍ନଟ କରି ଏକ ତାଲିକା ପ୍ରକାଶ କରନ୍ତୁ, ସେମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତି ତଥା ଜୀବନ ଜୀବିକା ପାଇଁ ଏକ ଆଇନ ଆଣନ୍ତୁ ଏବଂ ଏକ କମିଟି ଗଠନ କରି ସେମାନଙ୍କ ଆର୍ଥିକ ସ୍ଥିତି ଅନୁସାରେ ବର୍ଗୀକରଣ କରାଯାଉ, କେତେକ ମଧ୍ୟବିତ୍ତ ରାସନ କାର୍ଡ଼, ବିପିଏଲ୍ କାର୍ଡ଼, ଶ୍ରମିକ କାର୍ଡ଼ ପାଇବାରୁ ବଂଚିତ ହୋଇଛନ୍ତି। ସେମାନଙ୍କୁ ପକ୍ଷପାତ ନକରି ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ୬ ମାସ ପାଇଁ ବିଜୁଳି ଦେୟ, ଜଳକର ଛାଡ଼ କରାଯିବା ସହ ପରିବାରକୁ ମାସକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯାଉ, ୨୦୧-୪୦୧ ୟୁନିଟ ପ୍ରର୍ଯ୍ୟନ୍ତ ବିଜୁଳି ବ୍ୟବହାରକାରୀଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଉ, ମଧ୍ୟବିତ୍ତ ପରିବାର ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବେସରକାରୀ ବିଦ୍ୟାଳୟରେ ପଢ଼ୁôଥବା ଛାତ୍ରଛାତ୍ରୀଙ୍କ ସମସ୍ତ ଫି’ ଛାଡ଼ କରିବା ସହ ମାସକୁ ୧ହଜାର ଆର୍ଥିକ ସହାୟତା ଦିଆଯାଉ, ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାଧ୍ୟମରେ ଶିକ୍ଷାଋଣ ପ୍ରଦାନ କରାଯାଉ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦିଆଯାଉ ଏବଂ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ମାସକୁ ସର୍ବନିମ୍ନ ୫ହଜାର ବେକାରୀ ଭତ୍ତା ସରକାର ଦିଅନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ସରକାରୀ ବା ବେସରକାରୀ ଚିକିତ୍ସାଳୟରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ, ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଜୀବିକା ହରାଇଥିବା ସମସ୍ତ ଆଇନଜୀବୀଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉ, ମନ୍ଦିର, ଦେବାନୁଷ୍ଠାନରେ କାମ କରୁଥିବା ପୂଜକଙ୍କୁ ମାସିକ ନିମ୍ନନିମ୍ନ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା କରନ୍ତୁ। ସ୍ମାରକପତ୍ର ଦେବା ସମୟରେ ଉପଦେଷ୍ଟା ପ୍ରଣବ କୁମାର ପଣ୍ଡା, ଜାତୀୟ ସଂପାଦକ କେ. ବାଲରାଜୁ ଆଚାରୀ, ରାଜେନ୍ଦ୍ର ପଣ୍ଡା, ପ୍ରଫୁଲ କର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ଗଂଜାମ ଜିଲ୍ଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026

ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ

July 14, 2026
Latest News

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.