Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହ ପାଇଁ କନ୍ୟା ଖୋଜି ଖୋଜି ଶେଷରେ ଯୁବକ କଲେ ଏପରି କାମ
ଆଜିର ଖବର

ବିବାହ ପାଇଁ କନ୍ୟା ଖୋଜି ଖୋଜି ଶେଷରେ ଯୁବକ କଲେ ଏପରି କାମ

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କେରଳ : ଆଜିକାଲି ବିବାହ ଲାଗି ପ୍ରସ୍ତାବ ଖୋଜିବା ପାଇଁ ଓ୍ବେବସାଇଟ୍‌ର ସାହାଯ୍ୟ ନେଉଛନ୍ତି । କିନ୍ତୁ ଏମିତି କିଛି ଯୁବକ / ଯୁବତୀ ଅଛନ୍ତି ଯେଉଁମାନେ ବହୁ ଖୋଜାଖୋଜି ପରେ ବି ପରଫେକ୍ଟ ପାର୍ଟନର୍‌ ଖୋଜି ପାଉନାହାନ୍ତି । ଏହା ପରେ ବି ସେମାନେ ହାର୍‌ ମାନୁନାହାନ୍ତି । ଏମିତି ନିଜ ବିବାହକୁ ନେଇ ବ୍ୟତିବ୍ୟସ୍ତ ରହିଥିବାର କେରଳର ଜଣେ ଯୁବକ ଏମିତି କିଛି କରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଯୁବକ ଜଣକ ବହୁ ଦିନ ଧରି ନିଜ ପାଇଁ ଜୀବନସାଥୀ ଖୋଜୁଥିବାବେଳେ ତାଙ୍କୁ ତାଙ୍କ ପସନ୍ଦ ମୁତାବକ ସାଥୀ ମିଳୁନଥିଲେ ଏଥିପାଇଁ ଯୁବକ ଜଣକ ପୂରା ସହରରେ ନିଜ ନାମର ବଡ ବଡ ହୋର୍ଡିଂ ଲଗାଇଛନ୍ତି । ଏହି ହୋର୍ଡିଂରେ ସେ ନିଜର ଫଟୋ, ନିଜ ନାମ, ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ଲେଖା ହୋଇଛି ।

କେରଳର ଏହି ଯୁବକ ଜଣକ ହେଉଛନ୍ତି ଅନୀଶ୍‌ ସେବାଷ୍ଟିଅନ୍‌ । ସେ ନିଜ ନାମରେ ହୋର୍ଡିଂ ଲଗାଇବା ସହିତ ତାଙ୍କୁ କିପରି ଜୀବନସାଥୀ ଦରକାର, ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ହୋର୍ଡିଂକୁ ମଧ୍ୟ ଫେସବୁକ୍‌ରେ ସେୟାର କରିଛନ୍ତି । ତେବେ ଏହା ସମ୍ପର୍କରେ ଅନୀଶ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ଘରକୁ ଯାଇପାରୁନାହାନ୍ତି । ଏଥିପାଇଁ ବିବାହ ଲାଗି ପ୍ରସ୍ତାବ ଖୋଜିବା ଓ ଦେଖିବା ନିମେନ୍ତ ସମସ୍ୟା ଉପୁଜୁଛି । ତେବେ ହୋର୍ଡିଂ ଲଗାଇବା ପରେ କିଛି ଭଲ ଭଲ ପ୍ରସ୍ତାବ ତାଙ୍କ ପାଖକୁ ଆସିଥିବାର ଜଣାଇଛନ୍ତି ଅନୀଶ୍‌ । ତେବେ ବିବାହ ପାଇଁ ପାରମ୍ପରିକ ଉପାୟରେ ସେ ପ୍ରସ୍ତାବ ଖୋଜିଥିଲେ । କିନ୍ତୁ କେହି ପସନ୍ଦ ନ ଆସିବାରୁ ସେ ଏହି ଆଇଡିଆକୁ ଆପଣାଇଥିଲେ । (ଏଜେନ୍ସି)

hording marriage
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.