ଦେଶରେ ବିଗତ ୨୪  ଘଣ୍ଟା ମଧ୍ୟରେ ୫୦ ହଜାର ୩୫୬ ନୂତନ ଆକ୍ରାନ୍ତ ଚିହ୍ନଟ: ୫୭୭ ମୃତ୍ୟୁ

Published: Nov 7, 2020, 10:35 am IST

ନୂଆଦିଲ୍ଲୀ : ଦେଶରେ ବିଗତ ୨୪  ଘଣ୍ଟା ମଧ୍ୟରେ ୫୦ ହଜାର ୩୫୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୮୦ରେ ପହଞ୍ଚିଛି। ତେବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୭୮ ଲକ୍ଷ ୧୯ ହଜାର ୮୮୬ରେ ପହଞ୍ଚିଥିବା ବେଳେ ୫୭୭ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨କୁ ବୃଦ୍ଧି ହୋଇଛି। ଆଜିର ସମସ୍ତ ପରିସଂଖ୍ୟାନକୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫  ଲକ୍ଷ ୧୬ ହଜାର ୬୩୨ ରେ ପହଞ୍ଚିଛି।

Related posts