ହାଇକୋର୍ଟର ମାନ୍ୟବର ବିଚାରପତିଙ୍କ ଦ୍ୱାରା ଜଗତସିଂହପୁରରେ ସିନିୟର ସିଭିଲ୍ କୋର୍ଟ (ଏଲ୍.ଆର୍) ଉଦଘାଟିତ

Published: Nov 7, 2020, 4:06 pm IST

ରମେଶ ମହାନ୍ତି

ଜଗତସିଂହପୁର :ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ସିନିୟର ସିଭିଲ୍ କୋର୍ଟ (ଏଲ୍.ଆର୍) ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି କୁମାରୀ ସଞ୍ଜୁ ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ, ସବଜଜ୍ ଶ୍ରୀମତୀ ଶଶୀରେଖା ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ମହେଶ୍ୱତା ପରିଜା, ମହିଳା କୋର୍ଟ ଜଜ୍ ଅନ୍ନପୂର୍ଣ୍ଣା ନାୟକ, ଏସ୍.ଡି.ଜେ.ଏମ୍ ଋତୁପୁର୍ଣ୍ଣା ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ପ୍ରଶାସନ) ଆର୍ କେ ତୋଷ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନୋଟିଫିକେସନ ପାଠ କରିଥିଲେ। ସିନିୟର ସିଭିଲ୍ କୋର୍ଟ (ଏଲ୍.ଆର୍) ଭାବେ ସୁଦିପା ପାତ୍ର ,ଅତିରିକ୍ତ ସବଜଜ୍ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିସହିତ ଏହି ଉତ୍ସବରେ ବରିଷ୍ଠ ଆଇନଜୀବୀମାନେ ଯୋଗଦେଇଥିଲେ।

Related posts