ଛାଡପତ୍ର ଦେଇ ସ୍ବାମୀଙ୍କର ଆଉଥରେ ବିବାହ କରାଇଲେ ସ୍ତ୍ରୀ, ଜାଣନ୍ତୁ କାରଣ କ’ଣ

Published: Nov 7, 2020, 5:41 pm IST

ଭୋପାଳ : ଅର୍ଦ୍ଧାଙ୍ଗିନୀ ଭାବେ ସ୍ତ୍ରୀଟି ସ୍ବାମୀର ସବୁ ଦୁଃଖ ସୁଖରେ ଭାଗିଦାରୀ ହୋଇଥାଏ । ସ୍ବାମୀର ପ୍ରତ୍ୟେକ ସୁଖ ଓ ଦୁଃଖକୁ ଭଲରେ ବୁଝିଥାଏ । କିନ୍ତୁ ସ୍ବାମୀର ପ୍ରେମରେ କାହାକୁ ଭାଗ ବସାଇବାକୁ ଦେଇନଥାଏ । କିନ୍ତୁ ନିକଟରେ ଜଣେ ସ୍ତ୍ରୀ ସ୍ବାମୀଙ୍କ ପ୍ରେମକୁ ସଫଳ କରାଇଛନ୍ତି । ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ଜଣକ ନିଜର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇ ସ୍ବାମୀଙ୍କ ପ୍ରେମିକାଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏପରି ଏକ ଅଜବ ଘଟଣା ଘଟିଛି । ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କ ପ୍ରେମ ସମ୍ପର୍କରେ ଜାଣିବା ପରେ ନିଜ ଆଡୁ ଛାଡପତ୍ର ଦେବା ସହ ପ୍ରେମିକା ସହ ସ୍ବାମୀଙ୍କର ବିବାହ କରାଇଛନ୍ତି ।

ସ୍ବାମୀଜଣକ ବିବାହର ତିନି ବର୍ଷ ପରେ ବି ନିଜ ପ୍ରେମିକାକୁ ଭୁଲିପାରିନଥିଲେ । ଏପରି ସମୟରେ ସ୍ତ୍ରୀ ଜଣକ ସ୍ବାମୀଙ୍କ ପାଇଁ ନିଜ ଆଡୁ ଛାଡପତ୍ର ଦେଇଥିଲେ । ତେବେ ସ୍ବାମୀ ଜଣକ ଦୁଇ ଜଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ । କିନ୍ତୁ ଆଇନ ଅନୁଯାୟୀ ଏହା ସମ୍ଭବ ନୁହେଁ । ଏହି କ୍ଷେତ୍ରରେ ସ୍ତ୍ରୀ ଜଣକ ପରିପକ୍ବତାର ଉଦାହରଣ ସ୍ବରୂପ ଛାଡପତ୍ର ଦେଇ ସ୍ବାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ କରିବାକୁ ସାହାଯ୍ୟ କରିଥିଲେ ।(ଏଜେନ୍ସି)

Related posts