ଡିସେମ୍ବର 12ରେ ହେବ ବାର୍‌ ଆସୋସିଏସନ୍‌ ନିର୍ବାଚନ

Published: Nov 8, 2020, 5:44 pm IST

ଭୁବନେଶ୍ବର: ଆଜି ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବାର ଆସୋସିଏସନ୍ ନିର୍ବାଚନ ଡିସେମ୍ବର 12ରେ ଅନୁଷ୍ଠିତ ହେବ। ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ନିର୍ବାଚନ ଲାଗି ରାଜ୍ୟ ବାର୍‌ କାଉନ୍‌ସିଲ୍ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁ ବନ୍ଦ ରହିଥିଲା।

Related posts