Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନା ରାଜସ୍ବରେ ଚାଲିଛି ବେଆଇନ କ୍ରସର ଓ ଖଣି ଖନନ, ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି 
ଆଜିର ଖବର

ବିନା ରାଜସ୍ବରେ ଚାଲିଛି ବେଆଇନ କ୍ରସର ଓ ଖଣି ଖନନ, ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି 

November 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି : ଧର୍ମଗଡ଼ ଉପଖଣ୍ଡ ଜୟପାଟଣା  ଓ କୋକସରା ବ୍ଳକ  ସୀମାନ୍ତ ଅଂଚଳ  ମତୁଆଲଗୁଡ଼ା ଓ ଜଳତାମୁଡା ଗାଁ ନିକଟରେ ଚାରୋଟି କ୍ରସର ଯଥା କ୍ରମେ ତ୍ରିଶକ୍ତି କ୍ରସର, ଶିବଶକ୍ତି କ୍ରସର,ଶ୍ରୀକ୍ଷେତ୍ର କ୍ରସର,ଓ ବଂଶୀମାଧବ କ୍ରସର,ବର୍ଷ ବର୍ଷ ଧରି ଖଣି ମାଫିଆ ମାନେ ଚଳାଉଛନ୍ତି। କ୍ରସର ଗୁଡି଼କ କେତେଯେ ସରକାରୀ ମାନ୍ୟତା ପ୍ରାପ୍ତ ତାହା ସରକାରକୁ ଜଣା ।କିନ୍ତୁ କ୍ରସର ଚାଲିବା ଦ୍ଵାରା କ୍ରସର ଚାରିପଟେ ଯେଉଁ ଚାଷ ଜମି ଅଛି ତାହା ବିପର୍ଯ୍ୟସ୍ତ ହୋଇପଡିଛି। ଚାଷୀ ଭାଇ ମାନଙ୍କ କହିବା ଅନୁସାରେ ନାଳି ଆଖି ଦେଖାଇ ଦୀର୍ଘ ବର୍ଷ ହେବ ପଥର ଗୁଣ୍ଡ ପକାଇ 15 ରୁ 20 ଏକର  ଜମି ଚାଷୀ ମାନଙ୍କ କ୍ଷତି ଘଟାଇ କଲାବେପାର ଚଳାଉଛନ୍ତି।

ନିୟମ ଅନୁସାରେ କ୍ରସର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ନିତ୍ୟାନ୍ତ ଜରୁରୀ ଥିବା ସହିତ ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଲିଜ ଅନୁସାରେ ସୀମିତ ଏରିଆ ଭିତରେ କ୍ରସର ସ୍ଥାପନ କରାଯିବା କଥା କିନ୍ତୁ ସବୁ ସରକାରୀ ନିୟମକୁ ବେଖାତିର କରି ଦିନ ନାହିଁ କି ରାତି ପଥର ବ୍ଲଷ୍ଟିଂ କରି ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ହାନି ସହିତ ସ୍ଥାନୀୟ ଲୋକଙ୍କ ଧନ ଜୀବନକୁ  ବିପଦ ସୃଷ୍ଟି କରୁଛନ୍ତି। କ୍ରସର ଗୁଡିକ କମ ଟଙ୍କାର ର ରାଜସ୍ବ ଦେଇ ହଜାର ହଜାର ଟ୍ରକ ପଥର  ଦିନ ରାତି ଚାଲାଣ କରିବାରେ ଲାଗିଛନ୍ତି। କୋକସରା ତହସିଲ ଅନ୍ତର୍ଗତ ଦୋକାରୀ ପାହାଡ ଏହାର ଜ୍ୱଳନ୍ତ ଉଦାହରଣ ।

ଉକ୍ତ ପାହାଡରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲେ ମଧ୍ୟ  କ୍ରସର ମାଲିକ ମାନେ ପାହାଡ କୁ ବେଆଇନ ବ୍ଲଷ୍ଟିଂ କରି ଦୁଇ ଫାଲ  କରିସାରିଲେଣି କୋକସରା ତହସିଲ ର କିଛି ଅଧିକାରୀ ଓ କ୍ରସର ମାଲିକ ମାନଙ୍କ ମଧୁ ଚଦ୍ରିକା ସହିତ ସରକାରୀ ଦଳର ନେତା ଙ୍କ ହାତ ଥିବା ଯୋଗୁଁ ସହଜରେ ହାତ ମାରିବାକୁ ସ୍ଥାନୀୟ ପ୍ରଶାସନ  ସାହାସ ପାଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ହେଲେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବଡ ବଡ ଅଧିକାରୀ ଙ୍କ ସହିତ ବହୁତ ବଡ଼ ନେତା ମାନଙ୍କ ଗୁମର ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026

ଝୀରମ ଘାଟୀ ନକ୍ସଲ ଆକ୍ରମଣ ମାମଲା: ୧୩ ବର୍ଷ ପରେ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

September 5, 2026

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ: ୮,୪୩୪ ସିଲିଣ୍ଡର ଜବତ, ୯ ଗିରଫ

September 5, 2026
Latest News

ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ

September 5, 2026

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026

ଝୀରମ ଘାଟୀ ନକ୍ସଲ ଆକ୍ରମଣ ମାମଲା: ୧୩ ବର୍ଷ ପରେ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.