ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୨୭୧ ଜଣ କରୋନା ଆକ୍ରାନ୍ତ

Published: Nov 14, 2020, 7:13 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୬, ବାଲେଶ୍ବରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡରୁ ୫୫, କଳାହାଣ୍ଡିରୁ ୫୦, ନୂଆପଡାରୁ ୪୬, କେନ୍ଦୁଝରରୁ ୪୫, ବଲାଙ୍ଗିରିରୁ ୪୩, ନବରଙ୍ଗପୁରରୁ ୪୦, କେନ୍ଦ୍ରାପଡାରୁ ୪୧, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୩୫, ନୟାଗଡରୁ ୩୫, ପୁରୀରୁ ୩୪, ସମ୍ବଲପୁରରୁ ୩୦, ମାଲକାନଗିରିରୁ ୨୫, ସୁନ୍ଦରଗଡରୁ ୨୫, ଯାଜପୁରରୁ ୨୦, ରାୟଗଡ଼ାରୁ ୨୦, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୮, କୋରାପୁଟରୁ ୧୭, ସୋନପୁରରୁ ୧୬, ଗଞ୍ଜାମରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୧୧, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୯୬ ହଜାର ୫୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬ ମଧ୍ୟରୁ ୯ ହଜାର ୮୨୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୫୧୦ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Related posts