ବ୍ରେକିଂ ନ୍ୟୁଜ-ହୁ ହୁ ହୋଇ ଜଳୁଛି ବସ୍ତି, 5ଟି ଦମକଳ ଲାଗି ମଧ୍ୟ ଆୟତ ହୋଇପାରୁ ନାହିଁ ନିଆଁ

Published: Nov 14, 2020, 8:29 pm IST

କୋଲକାତା, ଆଜି ଦୀପାବଳିରେ କୋଲକାତାର ଏକ ବସ୍ତି ହୁ ହୁ ହୋଇ ଜଳିବାରେ ଲାଗିଛି। କୋଲକାତାର ନୂଆ ଟାଉନର ନିବେଦିତା ପଲ୍ଲୀ ବସ୍ତିରେ ଏହି ନିଆ ଲାଗିଛି। ନିଆଁର ବେଗ ଏତେ ପ୍ରବଳ ହୋଇଛି ଯେ ପାଖରେ ଛିଡା ହେବା ସମ୍ଭବ ହେଉ ନାହିଁ। ତେବେ ଖବର ପାଇ ବର୍ତ୍ତମାନ ସେଠାରେ ପାଞ୍ଚୋଟି ଦମକଳ ନିଆଁ ଲିଭା କାମରେ ଲାଗିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ନିଆଁ ଆୟତକୁ କରାଯାଇ ପାରି ନାହିଁ।

Related posts