Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି ବିଲ୍ ସଂଶୋଧିତ ନ ହେଲେ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ: ଭାରତୀୟ ବିକାଶ ପରିଷଦ
ଆଜିର ଖବର

କୃଷି ବିଲ୍ ସଂଶୋଧିତ ନ ହେଲେ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ: ଭାରତୀୟ ବିକାଶ ପରିଷଦ

November 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
କୃଷକ ମାରଣ ନୀତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଲ୍ ସାରା ଦେଶ ତଥା ଓଡ଼ିଶା କୃଷକଙ୍କ ପାଇଁ ବଂଚିବାର ଅଧିକାର ଛଡ଼ାଇ ନେବା ସହ ଜୀବିକା ମାରଣ ନୀତି ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ଆଜି ବହୁ କୃଷକଙ୍କ ସହ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପୂର୍ବସୂଚୀ ଅନୁଯାୟୀ ଆର୍‌ଡ଼ିସିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ୧୯୫୫ ଆଇନରେ ଅନ୍ତର୍ଭୁକ୍ତ କରିବା, ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ପ୍ରତ୍ୟାହାର କରିବା, କର୍ପୋରେଟ ହାଉସ୍ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସୀମା ଧାର୍ଯ୍ୟ କରିବା, ପ୍ରଚଳିତ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ରାଜସ୍ୱ ଗ୍ରାମର ଶତକଡ଼ା ୭୦ ଭାଗ ଜମି କୃଷି କର୍ମଣ ପାଇଁ ସଂରକ୍ଷିତ ରଖିବା, କୃଷି ନୀତିରେ ସଂଶୋଧନ କରିବା, କଂପାନୀ ନେଇଥିବା ଜମିଗୁଡ଼ିକ ଫେରାଇ ଦେବା, ଡ଼ିଜିଟାଲ୍ କୋର-ଇ-ଭୁଲେଖ ବ୍ୟବସ୍ଥା ପ୍ରଚଳନ କରିବା, କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ୱାମିନାଥନ କମିଟି ରିପୋର୍ଟ ତୁରନ୍ତ ଲାଗୁ କରିବା ଆଦି ଦାବି ରହିଛି। ତିନୋଟି କୃଷି ଆଇନ ସ୍ୱାଗତ ଯୋଗ୍ୟ କିନ୍ତୁ ଏଥିରେ ସଂଶୋଧନ କରିବା ବି ଜରୁରୀ ନଚେତ୍ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ।

ଏଥିରେ କୃଷକ ନେତା ରମେଶ କର, ଉମାକାନ୍ତ, ସୁଦର୍ଶନ ପାତ୍ର, ବିପ୍ରଚରଣ ବେହେରା, ବିଜୟ କୁମାର ଜେନା ଓ ଅନ୍ୟାନ୍ୟ ଉପସ୍ଥିତ ଥିବାବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉପସଭାପତି କିଶୋର ପାତ୍ର, ସଂପାଦକ ରଶ୍ମୀରଂଜନ, ଗୁରୁ ପାତ୍ର, ଇ. ପ୍ରଭାବତୀ, ଗୌରୀ ମହାନ୍ତି, ରାଜେନ୍ଦ୍ର ଦଳବେହେରା, ବୃନ୍ଦାବନ ବେହେରା, ପ୍ରମୋଦ ସାହୁ, ଯୋହରା ବିବି, ନଶନା ବିବି, ସବିରା ବିବି, ଶେଖ ସାଲାମ୍‌, ରହତୁନ ବିବି, ଆବିଦ ଖାନ, ଅବଦୁଲ ଜାମାଲ୍ ଖାନ ଆଦି ଉପସ୍ଥିତ ରହିଥିଲେ।

କୃଷି ବିଲ୍ ଭାରତୀୟ ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026

ସାମସନ ଆଉଟ୍, ବୈଭବଙ୍କୁ ସୁଯୋଗ?: ତୃତୀୟ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!

September 16, 2026

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026
Latest News

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026

ସାମସନ ଆଉଟ୍, ବୈଭବଙ୍କୁ ସୁଯୋଗ?: ତୃତୀୟ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!

September 16, 2026

ଭାରତକୁ UNSCରେ ସ୍ଥାୟୀ ସ୍ଥାନ କାହିଁକି ମିଳିବା ଉଚିତ?: ଜାଣନ୍ତୁ ୫ ଟି ବଡ଼ କାରଣ

September 16, 2026

ଡିସେମ୍ବର ୪ରେ ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ

September 16, 2026

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.