ଅଶ୍ବିନୀ ନିଜ ସୀମାରେ ରହି ଆଉଟ କରିଛନ୍ତି : ଦ୍ରାବିଡ

Published: Mar 27, 2019, 3:24 pm IST
aswin mankaded staying within the line

ସୋମବାର ଦିନ ରାଜସ୍ଥାନ ରୟାଲ୍‌ସ ଏବଂ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଅଶ୍ବିନ୍‌ ଜୋସ୍‌ ବଟଲର୍‌ଙ୍କୁ ମଙ୍କଡିଂ କରି ରନ୍‌ଆଉଟ୍‌ କରିଥିଲେ। ଏହାକୁ ନେଇ ବିଭିନ୍ନ କ୍ରିକେଟର ଭିନ୍ନ ମତ ରଖୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ ଦଳର କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି ‘ କ୍ରିକେଟର ନିୟମ ଅନୁଯାୟୀ ଅଶ୍ବିନ୍‌ ନିଜ ସୀମା ମଧ୍ୟରେ ରହି ଏହି ଆଉଟ୍‌ କରିଛନ୍ତି’। ମାତ୍ର ଆଉଟ୍‌ କରିବା ପୂର୍ବରୁ ଗୋଟିଏ ଥର ଚେତାବନୀ ଦେବା ଆବଶ୍ୟକ ଥିଲା। କ୍ରିକେଟ୍‌ ନିୟମ ମଧ୍ୟରେ ରହି କୌଣସି ବି ଖେଳାଳି ଏପରି ଆଉଟ୍‌ କରିପାରିବେ ତେଣୁ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ୍‌ ନୁହେଁ। ସେହିପରି ମଙ୍କଡ ଆଉଟ୍‌ ଉଠାଯିବା ଉପରେ କହିଲେ ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ ବାହାରେ ଛିଡା ହେବା ଯୋଗୁଁ ହିଁ ଏହି ନିୟମ ଆସିଛି, ତେଣୁ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକ ନାହିଁ। ଭାରତୀୟ ଦଳରେ ୪ ନମ୍ବର ସ୍ଥାନରେ କିଏ ଖେଳିବା ଉଚିତ୍‌ ବୋଲି ପ୍ରଶ୍ନର ଉତ୍ତରରେ ଦ୍ରାବିଡ କହିଥିଲେ ମୁଁ ଭାରତୀୟ ୧୯ ବର୍ଷ କମ୍‌ ଦଳର ପ୍ରଶିକ୍ଷକ ତେଣୁ ଏହା ଉପରେ ମୁଁ ମନ୍ତବ୍ୟ ଦେବା ସମୀଚୀନ ନୁହେଁ।

Related posts