Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ବନ୍ଦକୁ ନେଇ ଗୃହରେ ହଟ୍ଟଗୋଳ : ବିଧାନସଭା 3ଟା ଯାଏଁ ମୁଲତବୀ
ଆଜିର ଖବର

ସ୍କୁଲ ବନ୍ଦକୁ ନେଇ ଗୃହରେ ହଟ୍ଟଗୋଳ : ବିଧାନସଭା 3ଟା ଯାଏଁ ମୁଲତବୀ

November 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାହାରେ ପରୀକ୍ଷା କଲେ କଣ ହେବ ବିଧାନସଭା ଗୃହ ଭିତରେ ତ କରୋନା ଉଠେଇବ ପକେଇବ

ଭୁବନେଶ୍ୱର:  ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ସଦସ୍ୟମାନେ  ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି ।  ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କ ଠାରେ ଦାବି କରିଛନ୍ତି ।  ଏପରିକି ସର୍ବଦଳୀୟ ବୈଠକକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଡାକିବାକୁ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି ।  ଉକ୍ତ ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି ।  ତେବେ ଏନେଇ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ସ୍କୁଲ ବନ୍ଦ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାନି ରୁଲିଂ ପ୍ରଦାନ କରିଛନ୍ତି।  ଆସନ୍ତା କାଲି ସୁଦ୍ଧା  ସ୍କୁଲ ବନ୍ଦ ପ୍ରସଙ୍ଗରେ  ଗଣଶିକ୍ଷା  ମନ୍ତ୍ରୀ ଉତ୍ତର  ରଖିବେ ।  ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ବଦଳାଇଛନ୍ତି ।  ପୂର୍ବରୁ ଦୁଇ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । କାହିଁକି ସ୍କୁଲ ବନ୍ଦ କରାଯାଉଛି ସେନେଇ ମନ୍ତ୍ରୀ ଉତ୍ତର ରଖିବେ ।  ବନ୍ଦ କରାଯାଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ କେଉଁଠି  ନେବେ ସେନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ତେବେ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ବଦଳାଇ ଆସନ୍ତାକାଲି ସୁଦ୍ଧା ଉପରୋକ୍ତ ବିଷୟରେ ଉତ୍ତର ରଖିବାକୁ ସାନି ରୁଲିଂ ଦେଇଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ, ଜଙ୍ଗଲରାଜ ଚାଲିଛି । ପୁଲିସ କିଛି କରୁନି କି ରାଜ୍ୟ ସରକାର ବି କିଛି କରୁନାହାଁନ୍ତି । ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ୱ କିନ୍ତୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏସପିଙ୍କୁ କେବଳ ବଦଳି ନୁହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏହାଛଡ଼ା କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026

କର୍ଣ୍ଣାଟକରେ ପୁଣି ଥରେ ରିସର୍ଟ ରାଜନୀତି: ବିଧାୟକମାନଙ୍କୁ ରିସର୍ଟରେ ରଖିଲା କଂଗ୍ରେସ

June 17, 2026

ଢାବାରେ ନିଆଁ : ୩ ଗୁରୁତର

June 17, 2026

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026
Latest News

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026

କର୍ଣ୍ଣାଟକରେ ପୁଣି ଥରେ ରିସର୍ଟ ରାଜନୀତି: ବିଧାୟକମାନଙ୍କୁ ରିସର୍ଟରେ ରଖିଲା କଂଗ୍ରେସ

June 17, 2026

ଢାବାରେ ନିଆଁ : ୩ ଗୁରୁତର

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.