ଆସନ୍ତକାଲି ଅଁଳା ନବମୀ, ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ 144 ଧାରା

Published: Nov 22, 2020, 12:45 pm IST

ପୁରୀ : ମହାମାରୀ କରୋନା ପ୍ରଭାବରେ ରାଜ୍ୟର ସବୁ ପର୍ବ ପର୍ବାଣୀ କଟକଣା ମଧ୍ୟରେ ପାଳିତ ହେଉଛି । ଆସନ୍ତାକାଲି ଅଁଳା ନବମୀ । ଏହି ଦିନ ରାଧାପାଦ ଦର୍ଶନ ହୋଇଥାଏ । ମାତ୍ର କରୋନାକୁ ଦୃଷ୍ଟିରେ ରଖି ଏହି ଦର୍ଶନ ବନ୍ଦ କରାଯାଇଛି । ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ 144 ଧାରା ଲାଗୁ କରିବ ପ୍ରଶାସନ। ଚନ୍ଦନପୋଖରୀ ଠାରୁ ସିଦ୍ଧବକଳ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ମନ୍ଦିର ଚାରିପାଖ 200 ମିଟର ପର୍ଯ୍ୟନ୍ତ 144ଧାରା ଲାଗୁ କରାଯିବ । ଏହି କଟକଣା ଆସନ୍ତା 25 ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts