ପ୍ରଧାନମନ୍ତ୍ରୀଙ୍କ ଉଡାଣ ସଂପର୍କରେ ତଥ୍ୟ ଦେଇ ହେବ ନାହିଁ ବୋଲି କୋର୍ଟକୁ ଜଣାଇଲା ବାୟୁସେନା

Published: Dec 9, 2020, 11:59 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ କେତେଥର ବାୟୁସେନା ବିମାନରେ ଗସ୍ତ କରିଛନ୍ତି ସେ ସଂପର୍କରେ କୌଣସି ତଥ୍ୟ ଦେଇ ହେବ ନାହିଁ। କୋର୍ଟକୁ ଏପରି ରୋକଠୋକ ଭାବେ ଜଣାଇଛି  ଭାରତୀୟ ବାୟୁସେନା। ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗସ୍ତ ସଂପୂର୍ଣ୍ଣ ଭାବେ ଗୋପନୀୟ। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଏହା ବାହାରେ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ବାୟୁସେନା କହିଛି।

ଦିଲ୍ଲୀ କୋର୍ଟରେ ସୂଚନା ଅଧିକାର ଆଇନି ବଳରେ ତଥ୍ୟ ଦିଆ ନ ଯିବାକୁ ନେଇ ଏକ ମାମଲା କରାଯାଇଥିଲା। ଏହି ମାମଲରେ କୋର୍ଟ ବାୟୁସେନାକୁ ତଥ୍ୟ ଦେବା ପାଇଁ କହିଥିଲେ। ହେଲେ ବାୟୁସେନା ତରଫରୁ ଏହାକୁ ଦିଆଯାଇପାରିବ ନାହିଁ ବୋଲି କହିଛି। ଏଥିସହିତ ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ କେଉଁ ଅଧିକାରୀମାନେ ଯାଆନ୍ତି ବୋଲି ପଚରାଯାଇଛି। ଏହା ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବାହାରେ କହିବା ସମ୍ଭବ ନୁହେଁ ବୋଲି କୋର୍ଟକୁ ବାୟୁସେନା ଜଣାଇଛି।

Related posts