କରୋନା କାଳରେ ବି ଏହି ଧନୀମାନଙ୍କର ସମ୍ପତ୍ତି ବଢିଛି, ଜାଣନ୍ତୁ କାହାର କେତେ

Published: Dec 17, 2020, 3:12 pm IST

ନୂଆଦିଲ୍ଲୀ :  କରୋନା କାଳରେ ବି ଧନୀଙ୍କ କମି ନାହି ଧନ, ବରଂ ଆହୁରି ବଢିଛି । ବିଶ୍ବ ମହାମାରୀ ଯୋଗୁଁ ଆଜି ବିଶ୍ବରେ ଖାଦ୍ୟ ସଂକଟ, ଗରିବ, ବେରୋଜଗାରୀ ସମସ୍ୟା ଉତ୍କଟ ସୀମାରେ ପହଞ୍ଚିଥିବାବେଳେ ବିଶ୍ବର ଧନୀମାନଙ୍କର ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି ।

କରୋନା ଯୋଗୁଁ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବାବେଳେ ରୋଟି ପାଇଁ ଏଠାରେ ହାହାକାର ହୋଇଛି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବାବେଳେ କୋଟି କୋଟି ଲୋକେ ବେରୋଜଗାର ହୋଇଛନ୍ତି । ଅପରପକ୍ଷରେ ବିଶ୍ବର 2200ରୁ ଅଧିକ କୋଟିପତିମାନେ ସାମୂହିକ ରୂପେ 1.9ଟ୍ରିଲିଅନ୍‌ ଡଲାର୍‌ ଧନ କମାଇଛନ୍ତି । ଏହି ସବୁ ଧନୀମାନେ ପ୍ରାୟ ଦୁଇ ଖରବ ଡଲାର୍‌ କମାଇଛନ୍ତି ।

ଫୋବର୍ସ ମୁତାବକ ଚଳିତ ବର୍ଷ ମହାମାରୀ ଆସିଥିବା ସତ୍ତ୍ବେ ଏହି ସମସ୍ତ ଧନୀମାନଙ୍କ ଭାଗ୍ୟ ଚମକିଛି । ଟେସ୍‌ଲା ଇଙ୍କ୍‌ ସହ ସଂସ୍ଥାପକ ଏଲନ୍‌ ମସ୍କ ଦୁନିଆର ଦ୍ବିତୀୟ ସର୍ବୋଚ୍ଚ ଧନୀ ହୋଇଛନ୍ତି । 49 ବର୍ଷୀୟ ଉଦ୍ୟୋଗୀଙ୍କ ମୋଟ୍‌ ସମ୍ପତ୍ତି 7.2 ବିଲିଅନ ଡଲାରରୁ ବୃଦ୍ଧି ହୋଇ 127.9 ବିଲିଅନ୍‌ ଡଲାର୍‌ରେ ପହଞ୍ଚିଛି ।

ସେହିପରି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ପାଇଁ ମଧ୍ୟ ଚଳିତ ବର୍ଷ ଉନ୍ନତି ଆଣିଛି । ବେଜୋସ୍‌ ନିଜ 182 ବିଲିଅନ ଡଲାରର ସମ୍ପତ୍ତିରେ ଚଳିତ ବର୍ଷ 67.5 ବିଲିଅନ୍‌ ଡଲାର୍‌ ବୃଦ୍ଧି କରିଛନ୍ତି । ଛାଡପତ୍ର ଦେବା ଯୋଗୁଁ ଜେଫ୍ ବେଜୋସ୍‌ଙ୍କୁ ତାଙ୍କ ପତ୍ନୀ ମାକେଞ୍ଜିଙ୍କୁ ବହୁ ପରିମାଣର ଅର୍ଥ ଦେବାକୁ ପଡିଲା । ଏହା ସତ୍ତ୍ବେ ସେ ଶୀର୍ଷରେ ରହିଛନ୍ତି ।

କରୋନା କାଳରେ ସର୍ବାଧିକ ଆୟ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଫେସ୍‌ବୁକ୍‌ର ସଂସ୍ଥାପକ ଜୁକରବର୍ଗ ମଧ୍ୟ ସାମିଲ୍‌ ରହିଛନ୍ତି । ସେ 54.7 ଅରବ ଡଲାରରୁ ବୃଦ୍ଧି ହୋଇ 95.5 ଅରବ ଡଲାର ସମ୍ପତ୍ତିର ମାଲିକ ହୋଇଛନ୍ତି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟ ଦୁନିଆରେ ପ୍ରାୟ  2.7 କୋଟି ଲୋକ ଗରିବ ରେଖା ତଳେ ଅର୍ଥାତ୍‌ ଖାଦ୍ୟ ସହ ଲଢେଇ କରୁଥିବାର ଜଣାଯାଇଛି । ସେହିପରି ଏହାର ବିପରୀତ ଦୁନିଆରେ ଦୁଇ ହଜାର ଅଧିକ ଲୋକଙ୍କ ସମ୍ପତ୍ତି ଆଠ ଆରବରୁ ଅଧିକ ହୋଇଛି । (ଏଜେନ୍ସି)

Related posts