Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା କାଳରେ ବି ଏହି ଧନୀମାନଙ୍କର ସମ୍ପତ୍ତି ବଢିଛି, ଜାଣନ୍ତୁ କାହାର କେତେ
ଅନ୍ତରାଷ୍ଟ୍ରୀୟ

କରୋନା କାଳରେ ବି ଏହି ଧନୀମାନଙ୍କର ସମ୍ପତ୍ତି ବଢିଛି, ଜାଣନ୍ତୁ କାହାର କେତେ

December 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  କରୋନା କାଳରେ ବି ଧନୀଙ୍କ କମି ନାହି ଧନ, ବରଂ ଆହୁରି ବଢିଛି । ବିଶ୍ବ ମହାମାରୀ ଯୋଗୁଁ ଆଜି ବିଶ୍ବରେ ଖାଦ୍ୟ ସଂକଟ, ଗରିବ, ବେରୋଜଗାରୀ ସମସ୍ୟା ଉତ୍କଟ ସୀମାରେ ପହଞ୍ଚିଥିବାବେଳେ ବିଶ୍ବର ଧନୀମାନଙ୍କର ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି ।

କରୋନା ଯୋଗୁଁ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବାବେଳେ ରୋଟି ପାଇଁ ଏଠାରେ ହାହାକାର ହୋଇଛି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବାବେଳେ କୋଟି କୋଟି ଲୋକେ ବେରୋଜଗାର ହୋଇଛନ୍ତି । ଅପରପକ୍ଷରେ ବିଶ୍ବର 2200ରୁ ଅଧିକ କୋଟିପତିମାନେ ସାମୂହିକ ରୂପେ 1.9ଟ୍ରିଲିଅନ୍‌ ଡଲାର୍‌ ଧନ କମାଇଛନ୍ତି । ଏହି ସବୁ ଧନୀମାନେ ପ୍ରାୟ ଦୁଇ ଖରବ ଡଲାର୍‌ କମାଇଛନ୍ତି ।

ଫୋବର୍ସ ମୁତାବକ ଚଳିତ ବର୍ଷ ମହାମାରୀ ଆସିଥିବା ସତ୍ତ୍ବେ ଏହି ସମସ୍ତ ଧନୀମାନଙ୍କ ଭାଗ୍ୟ ଚମକିଛି । ଟେସ୍‌ଲା ଇଙ୍କ୍‌ ସହ ସଂସ୍ଥାପକ ଏଲନ୍‌ ମସ୍କ ଦୁନିଆର ଦ୍ବିତୀୟ ସର୍ବୋଚ୍ଚ ଧନୀ ହୋଇଛନ୍ତି । 49 ବର୍ଷୀୟ ଉଦ୍ୟୋଗୀଙ୍କ ମୋଟ୍‌ ସମ୍ପତ୍ତି 7.2 ବିଲିଅନ ଡଲାରରୁ ବୃଦ୍ଧି ହୋଇ 127.9 ବିଲିଅନ୍‌ ଡଲାର୍‌ରେ ପହଞ୍ଚିଛି ।

ସେହିପରି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ପାଇଁ ମଧ୍ୟ ଚଳିତ ବର୍ଷ ଉନ୍ନତି ଆଣିଛି । ବେଜୋସ୍‌ ନିଜ 182 ବିଲିଅନ ଡଲାରର ସମ୍ପତ୍ତିରେ ଚଳିତ ବର୍ଷ 67.5 ବିଲିଅନ୍‌ ଡଲାର୍‌ ବୃଦ୍ଧି କରିଛନ୍ତି । ଛାଡପତ୍ର ଦେବା ଯୋଗୁଁ ଜେଫ୍ ବେଜୋସ୍‌ଙ୍କୁ ତାଙ୍କ ପତ୍ନୀ ମାକେଞ୍ଜିଙ୍କୁ ବହୁ ପରିମାଣର ଅର୍ଥ ଦେବାକୁ ପଡିଲା । ଏହା ସତ୍ତ୍ବେ ସେ ଶୀର୍ଷରେ ରହିଛନ୍ତି ।

କରୋନା କାଳରେ ସର୍ବାଧିକ ଆୟ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଫେସ୍‌ବୁକ୍‌ର ସଂସ୍ଥାପକ ଜୁକରବର୍ଗ ମଧ୍ୟ ସାମିଲ୍‌ ରହିଛନ୍ତି । ସେ 54.7 ଅରବ ଡଲାରରୁ ବୃଦ୍ଧି ହୋଇ 95.5 ଅରବ ଡଲାର ସମ୍ପତ୍ତିର ମାଲିକ ହୋଇଛନ୍ତି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟ ଦୁନିଆରେ ପ୍ରାୟ  2.7 କୋଟି ଲୋକ ଗରିବ ରେଖା ତଳେ ଅର୍ଥାତ୍‌ ଖାଦ୍ୟ ସହ ଲଢେଇ କରୁଥିବାର ଜଣାଯାଇଛି । ସେହିପରି ଏହାର ବିପରୀତ ଦୁନିଆରେ ଦୁଇ ହଜାର ଅଧିକ ଲୋକଙ୍କ ସମ୍ପତ୍ତି ଆଠ ଆରବରୁ ଅଧିକ ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଯୋଗ ଦେଲେ?: ସମ୍ପୂର୍ଣ୍ଣ ତାଲିକା ଜାରି କଲା କଂଗ୍ରେସ

September 30, 2026

ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ

September 30, 2026
Latest News

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଯୋଗ ଦେଲେ?: ସମ୍ପୂର୍ଣ୍ଣ ତାଲିକା ଜାରି କଲା କଂଗ୍ରେସ

September 30, 2026

ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.