ପୁଣି ଥରେ ବଢ଼ିଲା ଗାଡି କାଗଜପତ୍ରର ଅବଧି, କେନ୍ଦ୍ର ସରକାର ନେଲେ ନିଷ୍ପତି, ଜାଣନ୍ତୁ କେତେ ମାସ

Published: Dec 27, 2020, 6:05 pm IST

ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନର ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି ।   ମୋଟର ଭେଇକଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ମାର୍ଚ୍ଚ 31 ତାରିଖ 2021 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବଧି ଡିସେମ୍ବର 31 ତାରିଖ 2020 ଥିଲା। ମୋଟର ଭେଇକଲ କାଗଜପତ୍ର ଯଥା ଡିଏଲ୍‌, ଆର୍‌ସି, ଫିଟ୍‌ନେସ୍‌ ଓ ପଲ୍ୟୁସନ୍‌ ସାର୍ଟିଫିକେଟ ଆଦିର ଅବଧିକୁ ମାର୍ଚ୍ଚ 31 ତାରିଖ ଯାଏ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।  ପଞ୍ଚମ ଥର ପାଇଁ କେନ୍ଦ୍ର ସରକାର ଗାଡ କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ସେପ୍ଟେମ୍ବର 30 ଏବଂ ପରେ ଡିସେମ୍ବର 31 ଯାଏ ବୃଦ୍ଧି କରାଯାଇଥିଲା ।

Related posts