ଚା’ ପିଉଛନ୍ତି କି ? ସାବଧାନ, କଟକରୁ ଧରାଗଲା 55 କ୍ବିଣ୍ଟାଲ ନକଲି ଚା’ ପତି

Published: Jan 7, 2021, 9:15 am IST
କଟକ, ଓଡିଶାର କଟକ ସହର ବର୍ତ୍ତମାନ ନକିଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କାରଣ ଦିନକୁ ଦିନ ବିଭିନ୍ନ ନକଲି ସାମଗ୍ରୀ ଜବତ ହେବାରେ ଲାଗିଛି। ପୂର୍ବରୁ ନକଲି ଘିଅ, ନକଲି ଛେନା, ନକଲି ଗୁଟୁକା ପ୍ରଭୃତି ଜବତ କରାଯାଇଛି। ଏବେ ବର୍ତ୍ତମାନ ଆସିଲାଣି ନକଲି ଚା ପତି। କଟକର ସଦର ପୋଲିସ ପକ୍ଷରୁ ଚଢାଉ କରି ଏହି ନକଲି ଚା ପତି ଜବତ କରାଯାଇଛି। ଯାହାର ପରିମାଣ ପ୍ରାୟ 55.5 କ୍ବିଣ୍ଟାଲ ବୋଲି ଜଣାପଡିଛି। ଏହାକୁ ଯଦି ସେମାନେ ବଜାରରେ ବିକ୍ରି କରିଥାଆନ୍ତେ ତେବେ ଏହାର ମୂଲ୍ୟ 15 ଲକ୍ଷ ଟଙ୍କା ହୋଇଥାଆନ୍ତା ବୋଲି ଜଣାପଡିଛି।
ଏ ନେଇ ପୋଲିସ ଏହାର ମାଲିକ ସୁରେଶ ବିଶ୍ବାଳକୁ ଗିରଫ କରିଛି। ସେ କଟକ ସୁଭଦ୍ରାପୁରର ବାସିନ୍ଦା। ତାକୁ ପଚରାଉଚୁରା କରିବା ବେଳେ ଜଣାପଡିଛି ଯେ ସେ ବିଭିନ୍ନ ନାମକରା କଂପାନୀର ଲୋଗୋକୁ ବ୍ୟବହାର କରି ପାଉଚ ତିଆରି କରିଥାଏ। ସେଥିରେ ସେ ବିଭିନ୍ନ ପତ୍ର ଗୁଣ୍ଡ ଏବଂ କାଠ ଗୁଣ୍ଡ ମିଶାଇ ଚା ପତି ପରି ଦେଖାଯିବା ପରି ପ୍ରସ୍ତୁତ କରିଥାଏ। ସେ ସବୁ ପାଉଚରେ ଭର୍ତ୍ତି କରି ଚା ପତି ଭାବେ ବଜାରରେ ବିକ୍ରି କରାଯାଏ। ଏଥିପାଇଁ ସେ ଏକ ବିଭିନ୍ନ ମେସିନ କିଣି ଏକ କାରଖାନା ପରି କରିଛି। ଏ ନେଇ ପୋଲିସ ଆହୁରି ଖୋଳତାଡ କରୁଛି।

Related posts