Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଦେଶର ବିଭିନ୍ନ ସ୍ଥାନରୁ ଚଳାଚଳ କରିବ ୮ଟି ଟ୍ରେନ , ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ
ଜାତୀୟ ଖବର

ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଦେଶର ବିଭିନ୍ନ ସ୍ଥାନରୁ ଚଳାଚଳ କରିବ ୮ଟି ଟ୍ରେନ , ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

January 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଚଳିତମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ଟି ଟ୍ରେନର ଶୁଭାରମ୍ଭ କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ କରାଯିବ । ମୋଦୀ ମଧ୍ୟ ସେଦିନ ଗୁଜରାଟରେ ରେଳବାଇର ଅନ୍ୟାନ୍ୟ କେତେକ ପ୍ରକଳ୍ପକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ରେଳବାଇ ମନ୍ତ୍ରୀ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ଗୁଜରାଟରେ ସେଦିନ ଯେଉଁ ରେଳ ପ୍ରକଳ୍ପଗୁଡିକୁ ଉଦ୍‍ଘାଟନ କରିବେ ସେଗୁଡିକ ମଧ୍ୟରେ ରହିଛି ଗେଜ୍‍ ପରିବର୍ତ୍ତନ ହୋଇ ବ୍ରଡଗେଜ ହୋଇଥିବା ଚାନ୍ଦୋଡ-କେୱାଡିଆ ଲାଇନ, ନୂଆକରି ବିଦ୍ୟୁତ୍‍କରଣ ହୋଇଥିବା ପ୍ରତାପନଗର-କେୱାଡିଆ ସେକ୍ସନ ଏବଂ ଡାଭୋଇ, ଚାନ୍ଦୋଡ ଏବଂ କେୱାଡିଆର ନୂଆ ଷ୍ଟେସନ ବିଲ୍‍ଡିଂ । ଏହିସବୁ ନୂଆ ଷ୍ଟେସନ ବିଲ୍‍ଡିଂକୁ ଆଧୁନିକ ଡିଜାଇନରେ କମନୀୟ କରାଯାଇଛି ଏବଂ ଏଥିରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ସୁଯୋଗ ରହିଛି ।

କେୱାଡିଆ ଷ୍ଟେସନ ଭାରତର ପ୍ରଥମ ରେଳଷ୍ଟେସନ; ଯାହା ଗ୍ରୀନ୍‍ ବିଲ୍ଡିଂ ସାର୍ଟିଫିକେସନ ଅନୁସାରେ ନିର୍ମିତ । ଏହିସବୁ ରେଳପ୍ରକଳ୍ପ ଦ୍ୱାରା କେୱାଡିଆ ଓ ଆଖପାଖର ଆଦିବାସୀ ଅଞ୍ଚଳଗୁଡିକର ବିକାଶ ସାଧିତ ହେବ । ଏହାଛଡା ନର୍ମଦା ନଦୀକୂଳରେ ଥିବା ଦୁଇଟି ପ୍ରାଚୀନ ତୀର୍ଥସ୍ଥଳୀକୁ ସବୁଦିନିଆ ସଂଯୋଗ ସ୍ଥାପନ ହୋଇପାରିବ । ଏହାଛଡା ଷ୍ଟାଚ୍ୟୁ ଅଫ୍‍ ୟୁନିଟ ଦେଖିବାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କୁ ଉତ୍ତମ ରେଳ ସଂଯୋଗ ମିଳିବ । ଏହାଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ସୁବିଧା ବୃଦ୍ଧି ପାଇବ ।

ଷ୍ଟାଚ୍ୟୁ ଅଫ୍ ୟୁନିଟ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026
Latest News

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଆଜି ରଜ ସଂକ୍ରାନ୍ତିରେ ଏହି ସାତୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.