ସୁବର୍ଣ୍ଣ ସୁଯୋଗ, ସୁନା ଦର ପ୍ରାୟ 10 ହଜାର ଟଙ୍କା ଖସିଲା, ଏବେ କିଣିବାର ଉପଯୁକ୍ତ ସମୟ

Published: Feb 20, 2021, 2:16 pm IST

ମୁମ୍ବାଇ, ଆଶ୍ଚର୍ଯ୍ୟ ଜନକ ଭାବେ Gold Price ଗତ ଛଅ ମାସ ମଧ୍ୟରେ 10 ଗ୍ରାମ ପିଛା ପ୍ରାୟ 10 ହଜାର ଟଙ୍କା ଖସିଯାଇଛି। ଏହି ଛଅ ମାସ ମଧ୍ୟରେ ସୁନା ଦର ସବୁଠାରୁ ସର୍ବାଧିକ ଦର ଥିଲା 56 ହଜାର 2 ଶହ ଟଙ୍କା। ବର୍ତ୍ତମାନ ଏହା 10 ଗ୍ରାମକୁ 43 ହଜାର 250 ଟଙ୍କା ରହିଛି। ତେବେ ନିକଟ ଭବିଷ୍ୟତରେ ଏହି ଦର ପୁଣି ହ୍ରାସ ପାଇବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନଙ୍କ ହିସାବରେ ସୁନା ଦର 10 ଗ୍ରାମକୁ 41 ହଜାର ଟଙ୍କା ପର୍ଯ୍ୟନ୍ତ ଖସି ଆସିପାରେ ବୋଲି ଅନୁମାନ କରାଯାଉଛି।

ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ସୁନା ଉପରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ। କାରଣ ଦର ଖସିଆସିବା ବେଳେ ଏହି ଧାତୁ କିଣି ରଖିଲେ ତାହା ଭବିଷ୍ୟତରେ ଭଲ ଆୟ ଦେବ ବୋଲି ଜଣାପଡୁଛି। ବର୍ତ୍ତମାନ ବିଶ୍ବ ବଜାର ମାନ୍ଦା ଅବସ୍ଥା ଥିବାରୁ ସୁନା ଦର ଉପରେ ପ୍ରଭାବ ପଡିଛି। ତେବେ ବର୍ତ୍ତମାନ ବଜାରର ଅବସ୍ଥା ଧିରେଧିରେ ସୁଧାର ଆସିବାରେ ଲାଗିଛି। ସେତେବେଳେ ପୁଣି ଥରେ ସୁନା ଦର ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଉଛି

Related posts