ଆଶ୍ଚର୍ଯ୍ୟ ହେବେ ଆଜି ସୁନା ଦର ବହୁ ପରିମାଣ ହ୍ରାସ ପାଇଲା, ଦର ଖସିବାରେ ସବୁଠୁ ବଡ ରେକର୍ଡ

Published: Mar 2, 2021, 11:55 am IST

ଭୁବନେଶ୍ବର , ଆଜି ସୁନା ଦର ବହୁ ପରିମାଣରେ ହ୍ରାସ ପାଇଛି। ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ଆଜି 24 କ୍ୟାରେଟ ସୁନ 10 ଗ୍ରାମ ପିଛା ପ୍ରାୟ 1040 ଟଙ୍କା କମିଛି। ଏହି ପରିମାଣର ହ୍ରାସ ଆଗରୁ କେବେ ହୋଇ ନ ଥିଲା। ଫଳରେ ଆଜି 24 କ୍ୟାରେଟ ସୁନା ଦର ଭୁବନେଶ୍ବରରେ 45 ହଜାର 9ଶହ 30 ଟଙ୍କା ରହିଛି। ଗତକାଲି ଏହି ଦର 46 ହଜାର 9ଶହ 70 ଟଙ୍କା ଥିଲା।

ସେହିପରି 22 କ୍ୟାରେଟ ସୁନା ଦର ମଧ୍ୟ ପ୍ରାୟ 950 ଟଙ୍କା କମିଛି। ଗତକାଲି ଏହା 10 ଗ୍ରାମ ପିଛା 43 ହଜାର 50 ଟଙ୍କା ଥିବା ବେଳେ ଆଜି ଏହା 42 ହଜାର 100 ଟଙ୍କା ରହିଛି। ଗତ ସାତ ଦିନ ମଧ୍ୟରେ ସୁନା ଦର ଏତେ ପରିମାଣର ହ୍ରାସ ପାଇ ନ ଥିଲା।

Related posts