“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ, ୨୦ଜଣ ହେଲେ ସମ୍ମାନିତ

Published: Mar 5, 2021, 10:37 pm IST

ଭୁବନେଶ୍ୱର, ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତକରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା“ଦି ଇଣ୍ଟରଭ୍ୟୁ ଟାଇମ୍ସ”ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୧ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେଅତିଥିଭାବେ ମାନ୍ୟବର ବାଚସ୍ପତି ଓଡ଼ିଶା ବିଧାନସଭା ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର, ମନୋଜ କୁମାର ମିଶ୍ର, ସଚିବ,ଇଂଜିନିୟରିଂ ଆଣ୍ଡ୍ ଆଇଟି, ଓଡ଼ିଶା ସରକାର, ପଙ୍କଜ ମହାନ୍ତି, ଅଧ୍ୟକ୍ଷ, ଓସିଏ, ନିରଞ୍ଜନ ପଟ୍ଟନାୟକ,ଅଧ୍ୟକ୍ଷ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି , ମହେନ୍ଦ୍ର ଗୁପ୍ତା, ଚେୟାରମ୍ୟାନ୍‌, ଗୁପ୍ତା ପାୱାର , ପ୍ରିୟଦର୍ଶୀ ମିଶ୍ର, ଚେୟାର୍‌ମ୍ୟାନ୍‌, ଓଏସ୍‌ଏଚ୍‌ବି ପ୍ରମୁଖ ଯୋଗ ଦେଇଥିଲେ ।

ପତ୍ରିକାର ସମୂହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଭା କାର୍ଯ୍ୟ ପରେ ପରେ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୧’ରେ ସମ୍ମାନିତ କରାଯାଇଥିଲା । ଏଥିସହିତ“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା। ପତ୍ରିକାର ସହସମ୍ପାଦକ ଶୁଭୋଜିତ୍‌ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related posts