କେନ୍ଦ୍ରାପଡ଼ାରେ ଆର୍ସେଲର ମିତଲ ପ୍ରତିଷ୍ଠା କରିବାକୁ ଥିବା ସର୍ବବୃହତ ଇସ୍ପାତ୍‌ କାରଖାନାକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

Published: Mar 5, 2021, 11:34 pm IST

ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ୍ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର ସ୍ୱାକ୍ଷରିତ ହୋଇଥିବାରୁଏହି କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ୍ କାରଖାନା ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ନୂଆ ଉନ୍ମାଦନା ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତକୁ ବଡ ଗତି ଦେବ ବୋଲି ସେ କହିଛନ୍ତି ।

Related posts