Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାରେ ୧ଲକ୍ଷ ୧୦ହଜାର ୧୯ଜଣ ନେଲେଣି ବ୍ୟାଙ୍କରୁ ଋଣ
ଆଜିର ଖବର

ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାରେ ୧ଲକ୍ଷ ୧୦ହଜାର ୧୯ଜଣ ନେଲେଣି ବ୍ୟାଙ୍କରୁ ଋଣ

March 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଷ୍ଟାଣ୍ଡଅପ ଯୋଜନା ପ୍ରଚଳନ ହେବା ଦିନଠାରୁ ୨୦୨୧ ମସିହା ଜାନୁୟାରୀ ୩୧ତାରିଖ ସୁଦ୍ଧା ୧,୧୦,୦୧୯ଜଣ ବିଭିନ୍ନ ତାଲିକାଭୁକ୍ତ ବ୍ୟାଙ୍କରୁ ଏହି ଯୋଜନାରେ ଋଣ ପାଇସାରିଲେଣି। ଏହି ଯୋଜନାରେ ହିତାଧିକାରୀମାନେ ୧୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ ଆରମ୍ଭ କିମ୍ବା ବ୍ୟବସାୟର ସମ୍ପ୍ରସାରଣ ପାଇଁ ବ୍ୟଙ୍କରୁ ଋଣ ପାଇପାରିବେ।

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାକୁ ଏହା ଜଣାଇଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀଠାକୁର ଆହୁରି ମଧ୍ୟ ଜଣାଇଛନ୍ତି ଯେ ୨୦୧୬ ମସିହାର ଏପ୍ରିଲ ୧୬ତାରିଖ ଦିନ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାର ଅବଧିକୁ ୨୦୨୫ ମସିହା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଯୋଜନାରେ ୧୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟର ସମ୍ପ୍ରସାରଣ କିମ୍ବା ନୂଆ ବ୍ୟବସାୟ ପାଇଁ ବ୍ୟାଙ୍କଗୁଡିକ ଋଣ ଦେଇଥାଆନ୍ତି।

ସବୁଜ ଉଦ୍ୟୋଗ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ନିର୍ମାଣ କ୍ଷେତ୍ର ଏବଂ ବ୍ୟବସାୟ ପାଇଁ ପ୍ରତ୍ୟେକ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କର ପ୍ରତ୍ୟେକ ଶାଖା ଅନ୍ୟୂନ ଜଣେ ତଫସିଲଭୁକ୍ତ ଜାତିର, ଜଣେ ତଫସିଲଭୁକ୍ତ ଉପଜାତିର ଏବଂ ଜଣେ ମହିଳା ଉଦ୍ୟୋଗୀଙ୍କୁ ୧୦ଲକ୍ଷରୁ ୧କୋଟି ଟଙ୍କା ମଧ୍ୟରେ ଋଣ ଦେବେ।

ଅନୁରାଗ ସିଂ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.