Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ରୋରୋ ସେବା ମାଧ୍ୟମରେ ୩୨୯ ଟନ୍ ଅମ୍ଳଜାନ ପରିବହନ
ଜାତୀୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ରୋରୋ ସେବା ମାଧ୍ୟମରେ ୩୨୯ ଟନ୍ ଅମ୍ଳଜାନ ପରିବହନ

May 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ରାଜ୍ୟ ମାନଙ୍କୁ ପ୍ରାୟ ୩୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିପାରିଛି। ବର୍ତ୍ତମାନର କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ଅମ୍ଳଜାନ ଯୋଗାଇବା ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି।

ଅନୁଗୁଳ ସ୍ଥିତ ଟାଟା ଭୂଷଣ ସାଇଡିଂରୁ ସମୁଦାୟ ୧୮୭ ଟନ୍ LMO ପରିବହନ ହୋଇସାରିଛି। ସେହିଭଳି ୧୦୫ ଟନ୍ LMO ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍, ବିଶାଖାପାଟନମ୍ ଏବଂ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ୩୧ ଟନ୍ LMO ପରିବହନ କରାଯାଇଛି। ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକୁ ଶୀଘ୍ର ଅମ୍ଳଜାନ ଆବଶ୍ୟକତା ରହିଥିବାବେଳେ ରାଜ୍ୟଗୁଡିକ ଅଗ୍ରାଧିକାର ଭିତ୍ତିରେ ଅମ୍ଳଜାନର ଆବଶ୍ୟକତା କରୁଛନ୍ତି।

ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଅନୁରୋଧ ଗ୍ରହଣ କରି ଭାରତୀୟ ରେଳ ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି। ଅକ୍ସିଜେନ ଏକ୍ସପ୍ରେସର ଦ୍ରୁତ ଗତି ପାଇଁ ସବୁଜ କରିଡର ଯୋଗାଇ ଦିଆଯାଇଛି। ଅମ୍ଳଜାନ ଏକ୍ସପ୍ରେସ ମାଧ୍ୟମରେ ସମଗ୍ର ଦେଶରେ କୋଭିଡ -୧୯ ରୋଗୀଙ୍କ ପାଇଁ ମେଡିକାଲ ଗୁଡିକରେ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକର ଅନୁରୋଧକୁ ଭାରତୀୟ ରେଳ ସୁନିଶ୍ଚିତ କରି ଅମ୍ଳଜାନ ପରିବହନ କରୁଛି।

୧୦୫ ଟନ୍ LMO ପରିବହନ କରିଥିବା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ୭ ଟ୍ୟାଙ୍କରରେ ବିଶାଖାପାଟନମରୁ ଛାଡିଥିଲା। ପୂର୍ବତଟ ରେଳପଥରୁ ଦ୍ୱିତୀୟ ଅକ୍ସିଜେନ ଏକ୍ସପ୍ରେସ ହରିୟାଣା ପାଇଁ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରରେ ୩୨ ଟନ୍ ଖଗଙ ପରିବହନ କରିଥିଲା। ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ତୃତୀୟ ଅମ୍ଳଜାନ ଏକ୍ସପ୍ରେସ ପାଞ୍ଚ ଟ୍ୟାଙ୍କରରେ ୬୩.୬ ଟନ୍ ଖଗଙ ପରିବହନ କରି ଭାରତୀୟ ରେଳବାଇର ରୋରୋ ସେବା ଦ୍ୱାରା ତେଲେଙ୍ଗାନା ଅଭିମୁଖେ ଯାତ୍ରା କଲା।

ସେହିଭଳି, ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରରେ ୩୦.୬ ଟନ୍, ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରେ ୩୦.୮୬ ଟନ୍ ଏବଂ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ଚାରି ଟ୍ୟାଙ୍କରେ ୬୦.୨୩ ଟନ୍ LMO ଯଥାକ୍ରମେ ଫରିଦାବାଦ, ଦିଲ୍ଲୀ କ୍ୟାଣ୍ଟ ଏବଂ ଝଘଇଏ କୁ ରୋରୋ ସେବା ମାଧ୍ୟମରେ ପଠାଯାଇଅଛି।

ବିଭିନ୍ନ ରାଜ୍ୟରୁ ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକରୁ LMO ପରିବହନ କରିବାପାଇଁ ଆସୁଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି। ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ଭାବରେ ସର୍ବାଧିକ ଯତ୍ନ ନିଆଯାଇଛି ଯେଉଁଥିରେ ସର୍ବାଧିକ ବେଗକୁ ତ୍ୱରାନ୍ୱିତ ଏବଂ ହ୍ରାସ କରାଯାଇପାରିବ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନ ରେକ ଉପରେ ଖାଲି ଟ୍ୟାଙ୍କର ଗୁଡିକୁ ଓହ୍ଲାଇବା ଏବଂ ଅମ୍ଳଜାନ ଭରା ଟ୍ୟାଙ୍କର ଗୁଡିକୁ ଟ୍ରେନ ରେକ ଉପରେ ସଠିକ ଭାବେ ରଖିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି।

East Coast Railway Liqued Oxygen ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.