Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ପାଇଁ ବିଧାନସଭା ଥିବା ରାଜ୍ୟଗୁଡ଼ିକୁ ୭୫ ହଜାର କୋଟି ଟଙ୍କା ପ୍ରଦାନ
PIB_NEWS

ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ପାଇଁ ବିଧାନସଭା ଥିବା ରାଜ୍ୟଗୁଡ଼ିକୁ ୭୫ ହଜାର କୋଟି ଟଙ୍କା ପ୍ରଦାନ

July 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ପାଇଁ ବିଧାନସଭା ଥିବା ରାଜ୍ୟଗୁଡ଼ିକୁ ୭୫ ହଜାର କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ, ଜିଏସଟି କ୍ଷତିପୂରଣ ବଦଳରେ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୭୫,୦୦୦ କୋଟି ଟଙ୍କା ଜାରି କରାଯାଇଛି। ବାସ୍ତବ ଉପକର (ସେସ୍) ସଂଗ୍ରହ ମଧ୍ୟରୁ ପ୍ରତି ଦୁଇ ମାସରେ ଥରେ ଜାରି କରାଯାଉଥିବା ସାଧାରଣ ଜିଏସଟି କ୍ଷତିପୂରଣ ଅତିରିକ୍ତ ଉପରୋକ୍ତ ପାଣ୍ଠି ଯୋଗାଣ କରାଯାଇଛି।

୨୮.୦୫.୨୦୨୧ରେ ଅନୁଷ୍ଠିତ ୪୩ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ଷତିପୂରଣ ପାଣ୍ଠିରେ ଯଥେଷ୍ଟ ପରିମାଣର ଅର୍ଥ ନଥିବା କାରଣରୁ କ୍ଷତିପୂରଣ ଜାରି କରିବା କ୍ଷେତ୍ରରେ ଦେଖାଦେଇଥିବା ନିଅଣ୍ଟକୁ ଭରଣା କରିବା ନିମନ୍ତେ କେନ୍ଦ୍ର ସରକାର ୧.୫୯ ଲକ୍ଷ କୋଟି ଟଙ୍କାର ଋଣ ସଂଗ୍ରହ କରିବେ ଏବଂ ସମ୍ବଳ ଅଭାବକୁ ପୂରଣ କରିବା ଲାଗି ଏହାକୁ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଆଧାରରେ ଜାରି କରିବେ।

୨୦୨୦-୨୧ ଆର୍ଥିକ ବର୍ଷରେ ଏହିପରି ଏକ ବ୍ୟବସ୍ଥା ଅନ୍ତର୍ଗତ ୧.୧୦ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିଲା। ସେ ସମୟର ବ୍ୟବସ୍ଥାରେ ନିର୍ଦ୍ଧାରିତ ସିଦ୍ଧାନ୍ତ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପାଣ୍ଠି ଯୋଗାଣ କରାଯିବ। ୧.୫୯ ଲକ୍ଷ କୋଟି ଟଙ୍କାର ଏହି ପରିମାଣ ଚଳିତ ଆର୍ଥିକ ବର୍ଷରେ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଜାରି କରାଯିବାକୁ ଥିବା ଆନୁମାନିକ କ୍ଷତିପୂରଣ ପରିମାଣ ୧ ଲକ୍ଷ କୋଟି ଟଙ୍କା (ଉପକର ସଂଗ୍ରହ ଆଧାରିତ) ଠାରୁ ଅଧିକ ଏବଂ ଅତିରିକ୍ତ ଭାବେ ପ୍ରଦାନ କରାଯିବ। ମୋଟ୍ ୨.୫୯ ଲକ୍ଷ କୋଟି ଟଙ୍କାର ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ସଂଗୃହିତ ଜିଏସଟି କ୍ଷତିପୂରଣ ପରିମାଣ ଠାରୁ ଅଧିକ ହେବ ବୋଲି ଆଶା କରାଯାଉଛି।

ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ କ୍ଷତିପୂରଣ ନିଅଣ୍ଟ ଭରଣା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥାରେ ସମସ୍ତେ ଯୋଗ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ (ବିଧାନସଭା ଥିବା) ସହମତ ହୋଇଛନ୍ତି।

କୋଭିଡ-୧୯ ମହାମାରୀର ପ୍ରଭାବୀ ମୁକାବିଲା ଓ ପରିଚାଳନା ପାଇଁ ତଥା ପୁଞ୍ଜି ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସେମାନଙ୍କ ପ୍ରୟାସରେ ସହାୟତା କରିବା ଲାଗି, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୭୫,୦୦୦ କୋଟି ଟଙ୍କାର ସହାୟତା ରାଶି (ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ପାଇଁ ମୋଟ ନିଅଣ୍ଟର ପାଖାପାଖି ୫୦%) ଗୋଟିଏ କିସ୍ତିରେ ଜାରି କରିଛି। ଅବଶିଷ୍ଟ ପରିମାଣର ଅର୍ଥ ୨୦୨୧-୨୨ ବର୍ଷର ଦ୍ବିତୀୟାର୍ଦ୍ଧରେ ସ୍ଥିର କିସ୍ତିରେ ଜାରି କରାଯିବ।

ଚଳିତ ଆର୍ଥିକ ବର୍ଷରେ ଭାରତ ସରକାରଙ୍କ ଦ୍ବାରା ବାର୍ଷିକ ଯଥାକ୍ରମେ ୫.୬୦ ଏବଂ ୪.୨୫ ପ୍ରତିଶତ ହାରାହାରୀ ଆୟ ଭାର ସହିତ ୫ ବର୍ଷୀୟା ସିକ୍ୟୁରିଟି ଆକାରରେ ୬୮,୫୦୦ କୋଟି ଟଙ୍କା ଏବଂ ଦୁଇ ବର୍ଷୀୟା ସିକ୍ୟୁରିଟି ଆକାରରେ ୬,୫୦୦ କୋଟି ଟଙ୍କାର ଋଣସଂଗ୍ରହ କରିବା ପରେ ବର୍ତ୍ତମାନର ୭୫,୦୦୦ କୋଟି ଟଙ୍କା ଜାରି କରାଯାଇଛି।
ଏହି ଅର୍ଥ ଜାରି କରାଯିବା ପରେ ଏହା ଆଶା କରାଯାଉଛି ଯେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ସୁଧାର ଆଣିବା ଲାଗି ଅନ୍ୟାନ୍ୟ ପଦକ୍ଷେପ ସହିତ ସାର୍ବଜନୀନ ବ୍ୟୟକୁ ଭଲ ଭାବେ ଯୋଜନା କରିପାରିବେ।

gst
Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026
Latest News

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.