Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ଆମ୍ବ୍ରି ଆଇଏନ୍‌ସିରେ ନିବେଶ ଘୋଷଣା
ଆଜିର ଖବର

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ଆମ୍ବ୍ରି ଆଇଏନ୍‌ସିରେ ନିବେଶ ଘୋଷଣା

August 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍‌ସି, ବିଲ୍ ଗେଟ୍‌ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍‌ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍‌) କଂପାନି ଆମ୍ବ୍ରି ଆଇଏନ୍‌ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍‌ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍‌ଇଏସ୍‌ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ।

ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର ଲମ୍ବା ସମୟ ଶକ୍ତି-ସଂରକ୍ଷଣ ବ୍ୟବସ୍ଥା ଗ୍ରୀଡ୍ ସ୍କେଲ୍‌ରେ ସ୍ଥିର ଷ୍ଟୋରେଜ୍ ପ୍ରୟୋଗଗୁଡିକରେ ବୃବହୃତ ଲିଥିୟମ୍ ଆୟନ ବ୍ୟାଟେରି ସହ ଜଡ଼ିତ ଥିବା ବ୍ୟୟ, ଦୀର୍ଘସ୍ଥାୟିତ୍ୱ ଓ ସୁରକ୍ଷାଜନିତ ପ୍ରତିବନ୍ଧକଗୁଡିକୁ ଦୂର କରିବ। ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂରକ୍ଷଣ ସମାଧାନକୁ ସକ୍ଷମ କରିବ ଯାହା ବିଦ୍ୟୁତ୍ ଗ୍ରୀଡ୍ ସହ ସମନ୍ୱିତ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ପାଇଁ ସହାୟକ ହେବ।

ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସ୍‌ଏଲ୍ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।

ଚଳିତ ବର୍ଷ ଜୁନ୍‌ରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। “ଆମେ ନୂଆ ଓ ଉନ୍ନତ ଇଲେକ୍ଟ୍ରୋ-କେମିକାଲ୍ ପ୍ରଯୁକ୍ତିର ସନ୍ଧାନ କରୁଛୁ ଯାହାକୁ ଆମେ ଶକ୍ତି ସଂରକ୍ଷଣ ଲାଗି ବଡ଼ ଧରଣର ଗ୍ରିଡ୍ ବ୍ୟାଟେରି ପାଇଁ ବ୍ୟବହାର କରିପାରିବୁ। ବିଦ୍ୟୁତ ଉତ୍ପାଦନ, ସଂରକ୍ଷଣ ଓ ଗ୍ରିଡ୍ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆମେ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବୁ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।’’

ଆମ୍ବ୍ରି ପକ୍ଷରୁ ଘଂଟା ପ୍ରତି ୧୦ ମେଗାୱାଟ୍‌ରୁ ଆରମ୍ଭ କରି ୨ରୁ ଅଧିକ ଗିଗାୱାଟ୍ ପର୍ଯ୍ୟନ୍ତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦରକାର କରୁଥିବା ପ୍ରକଳ୍ପଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଇପାରିବ। କଂପାନି ତରଫରୁ କ୍ୟାଲସିୟମ୍ ଓ ଆଂଟିମୋନି ଇଲେକ୍ଟ୍ରୋଡ୍ ଭିତିକ ସେଲ୍ ଓ କଂଟେନର ଭିତିକ ବ୍ୟବସ୍ଥା ବିକଶିତ କରାଯିବ ଯାହା ଲିଥିୟମ୍ ଆୟନ ବ୍ୟାଟେରି ତୁଳନାରେ ସୁଲଭ ରହିବ ଓ ଯେକୌଣସି ପ୍ରକାର ଜଳବାୟୁ ପରିସ୍ଥିତିରେ କାର୍ଯ୍ୟ କରିବ ଓ ଏଥିପାଇଁ ଅତିରିକ୍ତ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଦରକାର ପଡ଼ିବନି ଏବଂ ସ୍ୱଳ୍ପ କ୍ଷୟ ସହିତ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବ। ଦିନ ବେଳା ସୃଷ୍ଟି ହେଉଥିବା ସୌର ଶକ୍ତିକୁ ସନ୍ଧ୍ୟା ଓ ଅତ୍ୟାବଶ୍ୟକ ସମୟର ଆବଶ୍ୟକତା ଲାଗି ସ୍ଥାନାନ୍ତର କରିବା ଭଳି ଉଚ୍ଚ ବ୍ୟବହାରର ପ୍ରୟୋଗ ଲାଗି ଆମ୍ବ୍ରିର ବ୍ୟବସ୍ଥା ବେଶ ଉପଯୋଗୀ। ଏହି କଂପାନି ୨୦୨୩ ଓ ପରବର୍ତୀ ସମୟ ପାଇଁ ବାଣିଜ୍ୟିକ ପରିଚାଳନା ନିମନ୍ତେ ଗ୍ରାହକ ନିଶ୍ଚିତ କରୁଛି।

ନିବେଶ ରିଲାଏନ୍ସ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Latest News

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.