Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଏସ୍‌-୬ ଯାନ ପାଇଁ ଇଣ୍ଡିଆନ୍ ଅଏଲ୍ ଆଣିଲା ସର୍ଭୋ ଗ୍ରିନ୍ ମାଇଲ୍, ସର୍ଭୋ ରଫ୍‌ତାର ଲୁବ୍ରିକାଣ୍ଟ
ବିଶେଷ ଖବର

ବିଏସ୍‌-୬ ଯାନ ପାଇଁ ଇଣ୍ଡିଆନ୍ ଅଏଲ୍ ଆଣିଲା ସର୍ଭୋ ଗ୍ରିନ୍ ମାଇଲ୍, ସର୍ଭୋ ରଫ୍‌ତାର ଲୁବ୍ରିକାଣ୍ଟ

September 3, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଏସ୍‌-୬ ଯାନ ପାଇଁ ଇଣ୍ଡିଆନ୍ ଅଏଲ୍ ଆଣିଲା ସର୍ଭୋ ଗ୍ରିନ୍ ମାଇଲ୍, ସର୍ଭୋ ରଫ୍‌ତାର ଲୁବ୍ରିକ୍ୟାଂଟ୍

ଭୁବନେଶ୍ୱର, ଇଣ୍ଡିଆନ ଅଏଲ୍ ପକ୍ଷରୁ ଦୁଇ ନୂଆ ପ୍ରିମିୟମ୍ ଲୁବ୍ରିକାଣ୍ଟ-ସର୍ଭୋ ଗ୍ରିନମାଇନ୍ ଓ ସର୍ଭୋ ରଫତାରକୁ ଉନ୍ମୋଚନ କରାଯାଇଛି। ଯାହାକୁ ବିଏସ୍‌-୬ ଗାଡ଼ି ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଓ ଇଂଜିନ ପ୍ରଦର୍ଶନ ବଢ଼ାଇବାରେ ସହାୟକ ହେବ ।

ଏହି ଅଭିନବ ଏବଂ ପରିବେଶ ମିତବ୍ୟୟୀ ଲୁବ୍ରିକ୍ୟାଂଟ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ ଏବଂ ସବୁଠୁ ଉନ୍ନତ ପେଟ୍ରୋଲ୍ ଓ ଡିଜେଲ୍ ଗାଡି ଲାଗି ରହିଥିବା କଠୋର ମାନଦଣ୍ଡକୁ ପୂରଣ କରିବ । ସର୍ଭୋ ଗ୍ରିନମାଇଲ ଏସ୍‌ଏଇ ୫ଡବ୍ଲୁ-୩୦ ଓ ଏପିଆଇ ଏସ୍‌ଏନ୍ ଆବଶ୍ୟକତାକୁ ପୂରଣ କରୁଛି ଏବଂ ୧୦% ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେଉଥିବା ବେଳେ ସର୍ଭୋ ରଫତାର ଏସଏଇ ୧୫ଡବ୍ଲୁ-୪୦ ଏବଂ ଏପିଆଇ ସିକେ-୪ ଆବଶ୍ୟକତାକୁ ପୂରଣ କରୁଛି ଏବଂ ୧୦% ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେଉଛି।

ଏହି ଉତ୍ପାଦକୁ ଉନ୍ମୋଚନ କରି ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏସ୍ ଏମ୍ ବୈଦ୍ୟ କହିଛନ୍ତି ଯେ, “ଇଣ୍ଡିଆନ ଅଏଲ୍‌ରେ ଆମେ ଏହା ଜାଣିଛୁ ଯେ ଆମର ସବୁଜ ଉତ୍ପାଦର ସମ୍ପ୍ରସାରଣ ବଜାରର ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱିତାର ଉନ୍ନତି ଆଣିବା ଲାଗି ଜରୁରୀ ଯାହା ଏବେ ନିରନ୍ତରତାକୁ ଅଗ୍ରାଧିକାର ଦେଇ ଆଗକୁ ବଢ଼ୁଛି । ଆମର ନିକଟରେ ଉନ୍ମୋଚିତ ହୋଇଥିବା ସଦ୍ୟତମ ଉତ୍ପାଦ ସବୁଜ ହେବା ସହ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ଆମର ଗୁରୁତ୍ୱକୁ ବର୍ଣ୍ଣନା କରୁଛି ।’’

“ନୂତନ ଭାବେ ଉନ୍ମୋଚିତ ହୋଇଥିବା ସର୍ଭୋ ଗ୍ରିନ୍‌ମାଇଲ୍ ଓ ସର୍ଭୋ ରଫତାର ଇଣ୍ଡିଆନ ଅଏଲ୍‌ର ପରିବେଶ ପ୍ରତି ଦୃଢ଼ ସଚେତନତା ଓ ନବସୃଜନ ପ୍ରତି ଆମର ଗୁରୁତ୍ୱକୁ ଜଣାଉଛି । ଏହି ଦୁଇ ନୂଆ ପରିବେଶ ମିତବ୍ୟୟୀ ଇଞ୍ଜିନ ଅଏଲ୍ ଉଲ୍ଲେଖନୀୟ ଭାବେ ଗାଡ଼ି ବ୍ୟବହାରକାରୀଙ୍କ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ । ସର୍ଭୋ ଗ୍ରିନମାଇଲ୍ ହେଉଛି ନୂଆ ପିଢ଼ିର ପେଟ୍ରୋଲ୍ କାର୍ ଓ ଏସ୍‌ୟୁଭି ପାଇଁ ଏକ ପ୍ରିମିୟମ୍ ଇଞ୍ଜିନ ଅଏଲ୍ ହୋଇଥିବା ବେଳେ ସର୍ଭୋ ରଫତାର ଡିଜେଲ ଯାନଗୁଡ଼ିକର ଗାଡ଼ି ଚାଳନାରେ ଉନ୍ନତି ଆଣିବା ସହ ସଦ୍ୟତମ ଜାତୀୟ ଓ ଆନ୍ତର୍ଜାତିକ ମାନକକୁ ପାଳନ କରିବ ।’’

ସର୍ଭୋ ଗ୍ରିନ୍‌ମାଇଲ୍ ହେଉଛି ନୂଆ ପିିଢ଼ିର ପେଟ୍ରୋଲ୍ କାର୍ ଏବଂ ଏସୟୁଭିଗୁଡ଼ିକ ପାଇଁ ଏକ ପ୍ରିମିୟମ ଇଞ୍ଜିନ ଅଏଲ୍ ଯାହା ସଦ୍ୟତମ ଜାତୀୟ ଓ ଆନ୍ତର୍ଜାତିକ ମାନକ ପୂରଣ କରିବ । ଏହି ଅଏଲ୍‌କୁ ବିଏସ୍‌-୬ ଗାଡ଼ି ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଏବଂ ତାହା ବିଏସ୍‌-୬ ଏବଂ ପୁରୁଣା ଗାଡ଼ିଗୁଡ଼ିକ ଲାଗି ମଧ୍ୟ ଉପଯୁକ୍ତ । ଆଧୁନିକ ଗାଡ଼ିଗୁଡ଼ିକର କ୍ଷୁଦ୍ର ଇଂଜିନ୍ ଥିବା ବେଳେ ତାହା କଠିନ ପରିସ୍ଥିତିରେ ପରିଚାଳନା ହେଉଥିବାରୁ ସର୍ଭୋ ଗ୍ରିନ୍‌ମାଇଲ୍‌କୁ ଏକ ଲମ୍ବା ଅବଧିର ତୈଳ ଭାବେ ପ୍ରସ୍ତୁତ କରାଯାଇଛି ଯାହା ପିଷ୍ଟନକୁ ଅତ୍ୟଧିକ ଉତାପ ଜମା ହେବାରୁ ସୁରକ୍ଷା ପ୍ରଦାନ କରିବ, ଅଧିକ ସ୍ଲଜ୍ ନିୟନ୍ତ୍ରଣ ଦେବ ଏବଂ ଇଥାନଲ୍ ମିଶା ପେଟ୍ରୋଲ୍‌ରେ ପରିଚାଳିତ ହେବା ବେଳେ ଇଞ୍ଜିନକୁ ସୁରକ୍ଷା ଦେବ ।

ସର୍ଭୋ ରଫତାର ହେଉଛି ଡିଜେଲ୍ ଗାଡ଼ି ଲାଗି ଏକ ପ୍ରିମିୟମ୍ ଇଞ୍ଜିନ ଅଏଲ୍ ଯାହା ସଦ୍ୟତମ ଜାତୀୟ ଓ ଆନ୍ତର୍ଜାତିକ ମାନକକୁ ପୂରଣ କରିବ । ବର୍ତମାନ, ପିଏମ୍ ଓ ଏନ୍‌ଓଏକ୍ସକୁ ହ୍ରାସ କରିବା ଲାଗି ବିଏସ୍‌-୬ ଡିଜେଲ୍ ଗାଡ଼ିଗୁଡ଼ିକରେ ଡିଜେଲ୍ ପାର୍ଟିକୁଲେଟ୍ ଫିଲ୍‌ଟର୍ସ (ଡିପିଏଫ୍‌) ଓ ସିଲେକ୍ଟିଭ୍ କାଟାଲିକ୍ଟିକ୍ ରିଡକ୍ସନ (ଏସ୍‌ସିଆର୍‌) ଭଳି ଆଫ୍‌ଟର ଟ୍ରିଟମେଂଟ୍ ଉପକରଣ ମୂତୟନ କରାଯାଉଛି ।

ଏହି ଆଫ୍‌ଟର ଟ୍ରିଟ୍‌ମେଂଟ୍ ଉପକରଣରେ ଏଭଳ କିଛି ଉପାଦାନ ରହିଛି ତାହା ଯଦି ଇଞ୍ଜିନ ଅଏଲ୍‌ରେ ଅଧିକ ମାତ୍ରାର ସଲ୍‌ଫେଟ୍ ଆସ୍‌, ଫସଫରସ୍ ଓ ସଲ୍‌ଫର (ଏସଏପିଏସ୍‌) ଥିଲେ ଇଂଜିନକୁ ବିଶାକ୍ତ କରିବ । ତେଣୁ କଠିନ ମାନଦଣ୍ଡରେ ତିଆରି ଇଞ୍ଜିନ ଅଏଲ୍ ବିଏସ୍‌-୬ ଗାଡ଼ି ଲାଗି ତିଆରି ହୋଇଛି । ସର୍ଭୋ ରଫତାର ହେଉଛି ଇଣ୍ଡିଆନ ଅଏଲ୍‌ର ସେଭଳି ଏକ ଉତ୍ପାଦ ଯାହା ଏପିଆଇ ସିକେ୪ ଆବଶ୍ୟକତାକୁ ପୂରଣ କରୁଛି ଯାହା ଡିଜେଲ୍ ଇଞ୍ଜିନ ଅଏଲ୍‌ର ସର୍ବୋଚନ ମାନକ ।

ସର୍ଭୋ ରଫତାର ନଷ୍ଠ ହେବା ଏବଂ ଜମା ଆଦି ବିରୋଧରେ ଉତ୍କୃଷ୍ଟ ସୁରକ୍ଷା ପ୍ରଦାନ କରୁଛି ଯେଉଁଥିପାଇଁ ଇଞ୍ଜିନ ସଫା କରିବାକୁ ପଡ଼ିଥାଏ । ଏହି ଅଏଲ୍‌ରେ ସୁପର ଜୀବାଣୁ ନାଶକ ଉପାଦାନ ଓ ତୈଳ ଉପଯୋଗିତାରେ ନିୟନ୍ତ୍ରଣ ରହିଛି ।

Indian Oil ଇଣ୍ଡିଆନ୍ ଅଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026

କଟକଣା ସତ୍ତ୍ୱେ ବେଧଡ଼କ ନିଷିଦ୍ଧ ତମାଖୁ ବେପାର: ବର୍ଷକୁ ଆସୁଛି ୧୨୦୫ କୋଟିର ଗୁଟ୍‌ଖା-ପାନମସଲା

October 10, 2026

“ସନ୍ଦେହ ନୁହେଁ, ପ୍ରମାଣ ଦରକାର”: ନିର୍ବାଚନ କମିଶନଙ୍କୁ ସମର୍ଥନ କଲେ ୧୨୪ ଅମଲା

October 10, 2026

ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ

October 10, 2026
Latest News

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

ରେଭେନ୍ସା ନିର୍ବାଚନ ବିବାଦ: ନାମାଙ୍କନ ନାକଚକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026

କାର ସହ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 10, 2026

କାହିଁକି ବନ୍ଦ ହେଲା ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ?: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.