Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରପ୍ତାନୀକାରୀଙ୍କ ମହାସମ୍ମିଳନୀ: ଆସନ୍ତା ବର୍ଷ ସୁଦ୍ଧା ଓଡିଶାର ରପ୍ତାନୀରେ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ
ବିଶେଷ ଖବର

ରପ୍ତାନୀକାରୀଙ୍କ ମହାସମ୍ମିଳନୀ: ଆସନ୍ତା ବର୍ଷ ସୁଦ୍ଧା ଓଡିଶାର ରପ୍ତାନୀରେ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ

September 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରପ୍ତାନୀକାରୀଙ୍କ ମହାସମ୍ମିଳନୀ: ଆସନ୍ତା ବର୍ଷ ସୁଦ୍ଧା ଓଡିଶାର ରପ୍ତାନୀରେ ୧ ଲକ୍ଷ କୋଟିରେ ପହଞ୍ଚିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍‌ଭେନ୍‌ସନ୍‌ ହଲଠାରେ ‘ବାଣିଜ୍ୟ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରପ୍ତାନୀ କ୍ଷେତ୍ରରେ ୨୦୨୧-୨୨ ସୁଦ୍ଧା ଧାର୍ଯ୍ୟ ୪୦୦ ବିଲିୟନ୍‌ ଡଲାରରେ ପହଞ୍ଚାଇବାକୁ ହେବ ବୋଲି କହିଥିଲେ ।

ସେ ଦେଶର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଓଡ଼ିଶା ଉଭୟ ରପ୍ତାନୀ ଓ ଆମଦାନୀରେ ପଛରେ ରହିଥିବା ଦର୍ଶାଇ ଏ ଦିଗରେ ଆହୁରି ପ୍ରଗତି କରିବାକୁ ହେବ ବୋଲି ସେ କହିଥିଲେ। ଏ କ୍ଷେତ୍ରରେ କେତେକ ମୌଳିକ ସୁବିଧା ସୁଯୋଗର ଉପଲବ୍‌ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରି ଓଡ଼ିଶା ଏକ ଆଲୁମିନିୟମ୍‌ ଉତ୍ପାଦକ ରାଜ୍ୟ ଭାବେ ବହୁତ ସୁଯୋଗ ରହିଥିବା ସେ ପ୍ରକାଶ କରିଥିଲେ । ବାଣିଜ୍ୟ ସଂପର୍କିତ ସମସ୍ତ ପରିଷଦ ତା’ର କାର୍ଯ୍ୟାଳୟ ରାଜ୍ୟରେ ଖୋଲିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆମର ଶିଳ୍ପ ଅନୁକୂଳ ନୀତି ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ କୋଭିଡ୍‌ ଅଚଳାବସ୍ଥା ସତ୍ତେ୍ୱ ଆମେ ରପ୍ତାନୀକୁ ଦୁଇଗୁଣା ବୃଦ୍ଧି କରିପାରିଛୁ ବୋଲି କହିଥିଲେ । ତେବେ କେନ୍ଦ୍ର ସରକାର ବିଦେଶ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକଠାରୁ କଲିକତାକୁ ସ୍ଥାନାନ୍ତର ହେବା ପରେ ରପ୍ତାନୀକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ସମସ୍ୟା ଉପୁଜୁଥିବା ସେ ଦର୍ଶାଇଥିଲେ ।

ବିଶେଷ ଭାବେ ଗୋପାଳପୁର, ଧାମରା ପରି ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ବନ୍ଦରଗୁଡ଼ିକରେ ସିପିଂ ଲାଇନ୍‌ର, ରିଫରି କଣ୍ଟେନରର ସୁବିଧା ଯୋଗାଇବା ବହିର୍ବାଣିଜ୍ୟ ଯୋଗ୍ୟତା ଥାଇ ଜଣେ ରପ୍ତାନୀ ପ୍ରୋତ୍ସାହନ ଅଧିକାରୀ ନିଯୁକ୍ତି କରିବା, ବନ୍ଦରଗୁଡ଼ିକରେ ଶୀତଳଭଣ୍ଡାର ନିର୍ମାଣ, ପ୍ୟାକେଜିଂ ଓ ପରିମଳ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ ଆଦିକୁ ତ୍ୱରାନ୍ୱିତ କରାଗଲେ ଓଡ଼ିଶା ୨୦୨୧-୨୨ ମସିହା ବେଳକୁ ଧାର୍ଯ୍ୟ ୧ ଲକ୍ଷ କୋଟିରେ ପହଞ୍ଚିପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଗୁଜୁରାଟ ଓ ମହାରାଷ୍ଟ୍ର ପରି ପ୍ରମୁଖ ରପ୍ତାନୀକାରୀ ରାଜ୍ୟଗୁଡ଼ିକର ରପ୍ତାନୀରେ ହ୍ରାସ ଘଟୁଥିବାବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଇ ନିତି ଆୟୋଗର ରିପୋର୍ଟ ଅନୁଯାୟୀ ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀ ସାହୁ କହିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏହା ଅଭିବୃଦ୍ଧି ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କହିବା ସହ ଆଗାମୀ ୨୫ ବର୍ଷରେ କ’ଣସବୁ ବିକାଶ କରିବା ତାକୁ ପର୍ଯ୍ୟାୟ କ୍ରମେ ଯୋଜନାରେ ପ୍ରତିଫଳିତ କରି ସ୍ୱାଧୀନତାର ଏକ ଶତାବ୍ଦୀ ବେଳକୁ ଆମକୁ କ’ଣ ଉପଲବ୍ଧି ହାସଲ କରିବା ତାହା ସ୍ଥିର କରିବାକୁ ହେବ ବୋଲି କହିଥିଲେ । ରପ୍ତାନୀଜନିତ ଋଣ ଯୋଗାଣ, ବୀମା, କାର୍ଗୋ ପରିଚାଳନା ଆଦି ସେବା ଯୋଗାଇଲେ ଏହି କ୍ଷେତ୍ରରେ ଅଧିକ ଆଖିଦୃଶିଆ ପ୍ରଗତି କରିପାରିବ ବୋଲି
କହିଥିଲେ ।

ଭାରତ ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ପରିସଂଖ୍ୟାନ ଉପଦେଷ୍ଟା ଡ. ପି.ସି. ମିଶ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୪୦୦ ବିଲିୟନ୍‌ ଲକ୍ଷ୍ୟଧାର୍ଯ୍ୟ ହାସଲ କରିବା ଦିଗରେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ । ଏହି ଅବସରରେ ଭାରତୀୟ ତୈଳବୀଜ ଏବଂ ଉତ୍ପାଦ ରପ୍ତାନୀ ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଶ୍ରୀ ଖୁସ୍‌ୱନ୍ତ ଜୈନ ଓଡ଼ିଶାର ରପ୍ତାନୀ ଚିତ୍ର ଉପସ୍ଥାପନ କରି ଏହାକୁ ଆହୁରି ବୃଦ୍ଧି କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ସାବତ ଏକ୍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅମି୍ରତା ସାବତ୍‌ କହିଲେ ଯେ ୨୫ ହଜାରରୁ କମ୍‌ର ରପ୍ତାନୀ କରୁଥିବା ରପ୍ତାନୀକାରୀଙ୍କୁ କେନ୍ଦ୍ର ଦ୍ରବ୍ୟ ଓ ସେବା କର ଏବଂ ରାଜ୍ୟ ଦ୍ରବ୍ୟ ଓ ସେବା କରରେ ରିହାତି ପ୍ରଦାନ କରିବା ପ୍ରାବଧାନ ଥିବା ହେତୁ ସେସବୁ ସୁବିଧା ଉପଲବ୍ଧ କରିବା ଆବଶ୍ୟକ । ବି-ୱାନ୍‌ ନିର୍ଦ୍ଦେଶକ ଶ୍ରୀ ରାଜେନ୍‌ ପାଢ଼ୀ କହିଲେ ଯେ ରାଜ୍ୟରୁ ଆକାଶ ମାର୍ଗରେ ବିଦେଶକୁ ରପ୍ତାନୀ କରିବା ପାଇଁ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ । ଏହା ଦ୍ୱାରା ସ୍ଥାନୀୟ ରପ୍ତାନୀକାରୀ ଲାଭବାନ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଇଇପିସି, କଲିକତାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀମତୀ ଅନୀମା ପାଣ୍ଡେ ଭର୍ଚୁଆଲ ମାଧ୍ୟମରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରପ୍ତାନୀ ସହ ଜଡ଼ିତ ଶିଳ୍ପଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ଥିବାବେଳେ ଇପିଏମ୍‌ ନିର୍ଦ୍ଦେଶକ ଶ୍ରୀ ଶରଣ କୁମାର ଜେନା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍‌ ଆଲାମ୍‌, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ, ଏମ୍‌ଏସ୍‌ଏମ୍‌ଇ ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ସାମୁଦି୍ରକ ମତ୍ସ୍ୟ ରପ୍ତାନୀ ସଂଘର ସଭାପତି ଶ୍ରୀ କମଳେଶ ମିଶ୍ର, ଉପମହାନିର୍ଦ୍ଦେଶକ ଡିଜିଏଫ୍‌ଟି, କଲିକତା ଶ୍ରୀ ଆନନ୍ଦ ମୋହନ ମିଶ୍ର, ମେସର୍ସ ଜେ.ପି. ହ୍ୟାଣ୍ଡଲୁମ୍‌ର ସତ୍ତ୍ୱାଧିକାରୀ ଶ୍ରୀ ଜେ.ବି. ସିଂ ପ୍ରମୁଖ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ବିଶେଷ ଭାବେ ରପ୍ତାନୀକାରୀମାନେ ରପ୍ତାନୀ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ଅଧିକ ଆଲୋକପାତ କରି ସେସବୁ ସମାଧାନ ପାଇଁ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଏମ୍‌ଏସ୍‌ଏମ୍‌ଇ ସ୍ୱାଧୀନତାର ଅମୃତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.