Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ଼
ଆଜିର ଖବର

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ଼

October 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ଗତକାଲି (ତା୧୭-୧୦-୨୧)ଦିନ ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି। ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି।

କମ୍ପାନୀ ସର୍ବକାଳୀନ ଅଧିକ ୧୦୩ ରେକ କୋଇଲା ଯୋଗାଇଛି। ଏଥିରୁ ୬୫ରେକ ତାଳଚେର କେଲ୍‌ଫିଲ୍ଡରୁ ଆସିଥିବାବେଳେ ୩୮ରେକ୍ ଇବ୍ ଉପତ୍ୟକା କୋଲ୍‌ଫିଲ୍ଡରୁ ଉତ୍ତୋଳିତ ହୋଇଛି।

କେବଳ ଅକ୍ଟୋବର ମାସରେ ଦିନକୁ ୫. ୧୭ଲକ୍ଷ ଟନ୍ କୋଇଲା ଯୋଗାଣ କରିବା ସହ ଏମ୍‌ସିଏଲ ଖଣି ଶ୍ରମିକ ଓ ଅଧିକାରୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ ସିହ୍ନା ଅଭିନନ୍ଦନ ଜଣାଇଛନ୍ତି।

ଏମସିଏଲର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା ଦର୍ଶାଇ ଶ୍ରୀ ସିହ୍ନା କହିଛନ୍ତି ଯେ ଅକ୍ଟୋବର ମାସରେ କୋଇଲା ଉତ୍ପାଦନ, ଯୋଗାଣ ଓ ଓଭର ବର୍ଡନ (ଓବି) ଉତ୍ତୋଳନରେ ଯଥାକ୍ରମେ ୨୬.୫%, ୩୪.୩% ଓ ୭୧.୭% ବୃଦ୍ଧି ଘଟିଛି। ଏହା ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଅଧିକ।

ଚଳିତ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଆଖିଦୃଶିଆ ବୃଦ୍ଧି କରି ଏମସିଏଲ ୭୮.୫ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଏଥିରେ ଶତକଡା ୧୨.୧୬%  ବୃଦ୍ଧି ଘଟିଛି। ଖାଉଟି ମାନଙ୍କୁ ଗତବର୍ଷ ଏହି ସମୟ ମଧ୍ୟରେ ୭୪.୩୩ ନିୟୁତ ଟନ୍ ଶୁଷ୍କ ଇନ୍ଧନ ଯୋଗାଇଥିବାବେଳେ ଚଳିତବର୍ଷ ଏହା ୮୯.୬୫ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।

ଓଭରବଡନ(ଓବି) ଉତ୍ତୋଳନରେ ମଧ୍ୟ ଏମସିଏଲ୍‌ରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷରେ ଶତକଡା ୧୨୨.୨ପ୍ରତିଶତ ଅର୍ଥାତ୍ ୧୦୧.୦୨ ନିୟୁତ କ୍ୟୁବିକ ମିଟର ହୋଇଛି। ଏହାଫଳରେ କୋଇଲା ଉତ୍ତୋଳନ ବୃଦ୍ଧି ପାଇବା ସହ ବଜାର ଚାହିଦା ମଧ୍ୟ ପୂରଣ କରିହେବ।

ଏମସିଏଲ କୋଇଲା ଯୋଗାଣ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.