Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

October 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍‌ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍‌ ଆପାରେଲ (ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି।

ପିପିପି ମୋଡରେ ଭାରତୀୟ କମ୍ପାନୀ ମାନଙ୍କୁ ବୟନ ଏବଂ କପଡା ଶିଳ୍ପ କ୍ଷେତ୍ରରେ ବିଶ୍ୱ ଚାମ୍ପିଅନ ପରିଣତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏକ୍ ସ୍ପେଶାଲ ପ୍ରୋପଜ ଭେଇକିଲ୍ ବିକଶିତ କରାଯାଉଛି। ପ୍ରସ୍ତାବିତ ଗ୍ରୀନ୍ ଫିଲ୍ଡ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ବୟନଶିଳ୍ପ ସହ ଓଡିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ। ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ପୂର୍ବୋଦୟ ମିଶନ” କଳ୍ପନା ବହୁମାତ୍ରାରେ ସାକାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଦୀର୍ଘ ଏବଂ ସମୃଦ୍ଧ ଇତିହାସ ରହିଛି। ଓଡିଶାର ହସ୍ତତନ୍ତ ଉଚ୍ଚକୋଟିର ଡିଜାଇନ୍ ଏବଂ ଗୁଣବତା ପାଇଁ ବିଶ୍ୱ ବିଖ୍ୟାତ। ସମ୍ବଲପୁରୀ, ବୋମକେଇ ଏବଂ ବ୍ରହ୍ମପୁରୀ ଭଳି ଅନେକ ଡିଜାଇନ୍ ଏଠାରେ ରହିଥିବା ବେଳେ ଇକତ୍ ପାଇଁ ମଧ୍ୟ ପ୍ରସିଦ୍ଧ ଲାଭ କରିଛି। ନିଜର ସମୃଦ୍ଧ ଇତିହାସ ଏବଂ ଆଚାଳିକ ସମ୍ପନ୍ନତା ଯୋଗୁଁ ଓଡିଶା ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁଯୋଗ ରହିଛି। ନିକଟ ଅତୀତରେ ଓଡିଶା ସିପେଟ୍‌, ଆଇଆଇଟି, ଆଇଆଇଏମ, ନିଟ୍‌, ଆଇଆଇଆଇଟି, ଏମ୍ସ, ନାଇଜର, ଦକ୍ଷତା ବିକାଶ କେନ୍ଦ୍ର, ଇଣ୍ଡିଆନ ଅଏଲ- ଆଇସିଟି ଓଡିଶା କ୍ୟାମ୍ପସ ଭଳି ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ଓଡିଶା ଜ୍ଞାନ ଏବଂ ଦକ୍ଷତାର ପେଣ୍ଠସ୍ଥଳି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତିଷ୍ଠା କରାଯାଇଛି। ଏହା ଦ୍ୱାରା ଶିଳ୍ପ ଚାହିଦା ଆଧାରରେ ଲୋକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରାଯାଉଛି। ୧୦ ହଜାର କିମିର ରାଜପଥ ନେଟୱାର୍କ, ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର, ଶିଳ୍ପ କେନ୍ଦ୍ରର ନିକଟବର୍ତ୍ତୀ, ରାଜ୍ୟରେ ଅତିକ୍ରମ କରୁଥିବା ଜଗଦିଶପୁର–ହଳଦିଆ ଏବଂ ବୋକାରୋ-ଧାମରା (ଜେଏଚବିଡିପିଏଲ) ଗ୍ୟାସ ପାଇପଲାଇନ ସହ ଲଜିଷ୍ଟିକ୍ ଏବଂ ଶିଳ୍ପାୟନ ସହ ଓଡିଶା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ରହିଅଛି।

ଆନୁଷଙ୍ଗିକ ବ୍ୟବସ୍ଥା ସହ ବୃହତ ଧାମରା ବନ୍ଦର ଏବଂ ଭୁବନେଶ୍ୱର ନିକଟ ମଳିପଡା ଠାରେ ଦୁଇଟି ଟେକ୍ସଟାଇଲ ଏବଂ କପଡା ପାର୍କ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଏହାସହିତ ଭଦ୍ରକ ଠାରେ ଟେକ୍ନିକାଲ୍‌ ଟେକ୍ସଟାଇଲ ପାର୍କକୁ ମଧ୍ୟ ବିକଶିତ କରାଯାଉଛି। ଏହି ପାର୍କ ବାର୍ଷିକ ୩୦୦ କିଲୋ ଟନ୍ ବିଶିଷ୍ଟ ଆଇଓସିଏଲ ପଲିଷ୍ଟର ଏବଂ ଫାଇବର ପ୍ଲାଂଟ୍‌ର ସାହାଯ୍ୟରେ ବାର୍ଷିକ ୧୦୦ କିଲୋ ଟନ୍ ବିଶିଷ୍ଟ ପଲିଷ୍ଟର ଷ୍ଟାପଲ ଫାଇବର, ବାର୍ଷିକ ୧୬୫ କିଲୋ ଟନ୍ ବିଶିଷ୍ଟ ଡ୍ରୋନ୍ ଟେକ୍ସଚରଡ୍ ୟାର୍ନ ଏବଂ ବାର୍ଷିକ ୩୫ କିଲୋ ଟନ ବିଶିଷ୍ଟ ଫୁଲି ଡ୍ରୋନ ୟାର୍ନ ଏହି ପାର୍କ ପାଇଁ ଫିଡ୍ ଷ୍ଟକ୍ ରହିଛି।

ତେଣୁ ଏହି ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଗ୍ରୀନ୍ ଫିଲ୍‌ଡ ମିତ୍ର ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଅନୁରୋଧ କରିଛନ୍ତି।

ଓଡିଶା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟନ ଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.